କାଳବୈଶାଖୀ ନେଇ ସତର୍କତା ଜାରି

ଭୁବନେଶ୍ୱର: ଗତ ଦୁଇ ଦିନ ଧରି ଲାଗି ରହିଛି କାଳବୈଶାଖୀ । ବର୍ଷା ପବନ ହେଉଛି ।  ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଉପକୂଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ପବନ ଜାରି ରହିବ।  ୨୦ଟି ଜିଲ୍ଲାକୁ କାଳବୈଶାଖୀ ନେଇ ସତର୍କତା ଜାରି କରାଯାଇଥିବା ବେଳେ ୧ ଏବଂ ୨ ତାରିଖରେ ୮ଟି ଜିଲ୍ଲା, ୩ ତାରିଖରେ ୬ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେପଟେ ଆରବ ସାଗର ଓ ପୂର୍ବ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଜୁନ୍ ୬ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଅଛି । ଏହା ଦକ୍ଷିଣ ଓ ପୂର୍ବ ଭାରତକୁ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ- ସୋଆ ପରିଚାଳିତ ସେଣ୍ଟର ଫର୍ ଏନ୍ଭାଇରନମେଣ୍ଟ ଆଣ୍ଡ କ୍ଲାଇମେଟ – ସିଇସି ପକ୍ଷରୁ କୁହାଯାଇଛି ।