ଭିକ ନୁହେଁ । ଆମକୁ ଆମ ହକ ଦିଅ । ପଦ୍ମପୁର ଉପଖଣ୍ଡକୁ ତୁରନ୍ତ ଜିଲ୍ଳା ଘୋଷଣା କର । ଧାନର ସହାୟକ ମୂଲ୍ୟ 5 ହଜାର ଟଙ୍କା କର । ଚାଷୀ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ସମ୍ପୂର୍ଣ୍ଣ କୃଷି ଋଣ ଛାଡ଼ କର । ଏଭଳି 14ଦଫା ଦାବି ନେଇ ପଦ୍ମପୁରରେ ଦମ ଦେଖାଇଛି ରାଜବୋଡ଼ାସମ୍ବର କୃଷକ ସଂଗଠନ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ନେଇ ଏକାଠି ହୋଇଛନ୍ତି ପଶ୍ଚିମଓଡ଼ିଶାର ହଜାର ହଜାର ଚାଷୀ । ଆଉ ଏହି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି । ରାଜବୋଡ଼ା ସମ୍ବର କୃଷକ ସଂଗଠନ ଡାକରାରେ ପଦ୍ମପୁର ଆରଏମସି ପ୍ରାଙ୍ଗଣରୁ ଚାଷୀଙ୍କ ଏକ ବିଶାଳ ରାଲି ବାହାରି ସହର ପରିକ୍ରମା କରିଥିଲା । ଏହାପରେ ଆୟୋଜିତ ସାଧାରଣ ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ଚାଷୀ ସମୁହ । ଆସନ୍ତା 2024 ଜାନୁୟାରୀ 1 ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ପଦ୍ମପୁର ସହରରେ ଥିବା ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନରେ ବରଗଡ଼ ଜିଲ୍ଲା ନାଁକୁ ଲିଭାଇ ପଦ୍ମପୁର ଜିଲ୍ଲା ବୋଲି ଲେଖାଯିବ ବୋଲି କଡ଼ା ଚେତାବନି ଦେଇଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବହେଳା ପ୍ରତିବାଦରେ ଏକାଠି ହେଲେ ବରଗଡ଼ ଜିଲ୍ଲାର 12ଟି ବ୍ଳକ ସମେତ ପଶ୍ଚିମଓଡ଼ିଶାର ହଜାରହଜାର ଚାଷୀ । ମରୁଡ଼ି ପ୍ରବଣ ପଦ୍ମପୁର ଉପଖଣ୍ଡରେ ନା ଅଛି ଜଳସେଚନ ସୁବିଧା ନା ବେକାର ଯୁବକ, ଯୁବତୀ, ଶ୍ରମିକଙ୍କୁ ମିଳୁଛି କାମଧନ୍ଦା । ଆଜିବି ରୋଜଗାର ଅଭାବରୁ ଅନ୍ୟତ୍ର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ଶ୍ରମିକ ଓ ବେକାର ଯୁବକ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ପ୍ରତିବାଦରେ ପଦ୍ମପୁରରେ ଆୟୋଜିତ ଚାଷୀ ଚେତାବନି ସମାବେଶରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି ଚାଷୀ ସଂଗଠନ । ଆଉ ଏହି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇ ସମର୍ଥନ ଜଣାଇଛନ୍ତି ସଂଯୁକ୍ତ କିଷାନ ମୋର୍ଚା ଦିଲ୍ଲୀ ଓ ଭୁବନେଶ୍ୱର ପ୍ରତିନିଧି ଦଳ ଏବଂ ପଶ୍ଚିମ ଓଡିଶା କୃଷକ ସଂଗଠନ ସମନ୍ମୟ ସମିତି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ