ବିଏମ୍ସି ପାଳିବାକୁ ଯାଉଛି ସ୍ବାୟତ୍ତ ଶାସନ ଦିବସ। ଏଥିପାଇଁ ଚାଲିଥିବା ଜୋରଦାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ଏଥର ଉଦ୍ଘାଟନ ପାଇଁ କେତେକ ୱାର୍ଡ ଅଫିସ, ରାସ୍ତା, ନଳାକୁ ଛାଡ଼ିଦେଲେ କୌଣସି ବଡ଼ ପ୍ରକଳ୍ପ ବିଏମ୍ସି ହାତରେ ନାହିଁ। ଏଣୁ ଏହାକୁ ପ୍ରକଳ୍ପ ନିକଟରେ ଉଦ୍ଘାଟନ ନ କରି ବିଏମ୍ସି କାର୍ଯ୍ୟାଳୟ ପରିସରରେ ଏକତ୍ର ଫଳକ ସ୍ଥାପନ କରାଯାଇ ଲୋକାର୍ପଣ ଯୋଜନା ହୋଇଛି। ପରେ ଏହି ସବୁ ଫଳକକୁ ସମ୍ପୃକ୍ତ ପ୍ରକଳ୍ପ ସ୍ଥାନକୁ ନିଆଯାଇ ସ୍ଥାପନ କରାଯିବ। ଏଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯେଉଁ ଭାଷଣ ଦେବେ ତାହାକୁ ଲାଇଭ୍ ଦେଖିବା ପାଇଁ ଏଲ୍ଇଡି ସ୍କ୍ରିନ୍ ବ୍ୟବସ୍ଥା କରାଯାଇଛି।ସକାଳେ ପତାକା ଉତ୍ତୋଳନ ଓ ସନ୍ଧ୍ୟାରେ ଜୟଦେବ ଭବନରେ ସମ୍ବର୍ଦ୍ଧନା ଓ ମୁଖପତ୍ର ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଏଥିରେ ଆଇନ ମନ୍ତ୍ରୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଯୋଗ ଦେବେ। ତେବେ ଭୁବନେଶ୍ବରରେ ଜନସଂଖ୍ୟା ବଢ଼ୁଥିବାରୁ ହାତପାହାନ୍ତାରେ ସେବା ଯୋଗାଇ ଦେବାକୁ ବିଏମ୍ସିକୁ ୬ ଜୋନ୍ ବିଶିଷ୍ଟ କରିବା ଘୋଷଣାକୁ ବର୍ଷେ ପୂରିବାକୁ ବସିଥିଲେ ମଧ୍ୟ ଏ ଯାବତ୍ ହୋଇ ପାରିଲା ନାହିଁ। ସ୍ବାୟତ୍ତ ଶାସନ ଦିବସ ଅବସରରେ ୬ ଜୋନ୍ କାର୍ଯ୍ୟକ୍ଷମ ହେବା ନେଇ କୌଣସି ଯୋଜନା ମଧ୍ୟ ନଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ନିକଟ ଅତୀତରେ ଏକ ମାମଲାର ବିଚାର କଲା ବେଳେ ହାଇକୋର୍ଟ ବିଏମ୍ସିରେ ସିଟିଜେନ୍ ଚାର୍ଟର ଉପରେ ଗୁରୁତ୍ବାରୋପ କରିଛନ୍ତି। ଜନସାଧାରଣଙ୍କର ଅଭିଯୋଗ ଶୁଣାଣି ଶତ ପ୍ରତିଶତ ସକ୍ଷମ ହୋଇ ନଥିବାରୁ ଏହାକୁ ହାଇକୋର୍ଟ ଗୁରୁତ୍ବର ସହ ନେଇଛନ୍ତି। ବାସ୍ତବରେ ସହରରେ ଜନସଂଖ୍ୟା ଦ୍ରୁତଗତିରେ ବଢ଼ୁଥିବା ବେଳେ ଉପକଣ୍ଠ ବା ପଞ୍ଚାୟତରେ ଥିବା ଗ୍ରାମଗୁଡ଼ିକ ବିଏମ୍ସିରେ ଯୋଡ଼ି ହେଉଛି।
Trending
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
- ଆପଣଙ୍କର ଚାରି ଚକିଆ ଯାନ ଅଛି କି? ଆଉ ସୁଭଦ୍ରା ଟଙ୍କା ମିଳିବନି
- ସରକାରୀ ଅଫିସରେ BSNL ନେଟ୍ଓ୍ବର୍କ ବାଧ୍ୟତାମୂଳକ
- ପ୍ରଧାନମନ୍ତ୍ରୀ ଗୁରୁ ଦିବସରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି
- ଜିଏସଟି ସଂସ୍କାର ଦୁଗ୍ଧ ଚାଷୀମାନଙ୍କୁ ସଶକ୍ତ କରିବା ସହ ଗ୍ରାମୀଣ ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବ: ପ୍ରଧାନମନ୍ତ୍ରୀ
- ଗୁରୁ ହିଁ ସାକ୍ଷାତ ଈଶ୍ବର
- ଭାରତ ବନ୍ଦ କରିବ କି ୟୁକ୍ରେନ ଯୁଦ୍ଧ
- ସେପ୍ଟେମ୍ବର 7ରୁ ଆରମ୍ଭ ହେଉଛି ପିତୃପକ୍ଷ
- ଗୁରୁତର ଅଛନ୍ତି ଅଭିଜିତ ମଜୁମଦାର
- GST ସ୍ଲାବରେ ବଡ଼ ପରିବର୍ତ୍ତନ
Next Post