ଅଣ-ବିଜେପି ମେଣ୍ଟର ନାମ ପିଡିଏ

ନୂଆଦିଲ୍ଲୀ: ନୀତିଶଙ୍କ ଉଦ୍ୟମରେ ପାଟନାରେ ବିରୋଧୀମେଂଟର ନାମ ପିଡିଏ ରହିବ । ଏନେଇ ସ୍ଥିର ହୋଇଛି ।  ଦଳମୁଖ୍ୟମାନଙ୍କର ପ୍ରଥମ ବୈଠକ ପରେ ‌ମୋଦୀଙ୍କ ବିରୋଧରେ ରାଜନୈତିକ ଦଳଗୁଡ଼ିକ ଯେଉଁ ମେଣ୍ଟ ଗଠନ କରିବେ ତାହାର ନାମ ପିଡିଏ ପାଟ୍ରିଅଟିକ୍‌ ଡେମୋକ୍ରାଟିକ୍‌ ଆଲାଏନ୍ସ ରହିବା କୁହାଯାଉଛି। ତେବେ ସିମ୍‌ଲା ବୈଠକରେ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏଥିସହ ଜଡ଼ିତ ବ୍ୟକ୍ତିମାନଙ୍କ ସୂତ୍ରରୁ ଜଣାଯାଇଛି। ଦ୍ବିତୀୟ ବୈଠକ ଆସନ୍ତା ମାସ ୧୦ରୁ ୧୨ ତାରିଖ ମଧ୍ୟରେ ହିମାଚଳ ପ୍ରଦେଶର ସିମ୍‌ଲାରେ ହେବା ସମ୍ଭାବନା ରହିଛି।