୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ରାଜ୍ୟ ସରକାର

ରାଜ୍ୟରେ ପ୍ରାୟ ୮ଶହ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଘୋଷଣା କରିଛନ୍ତି। ଦିଲ୍ଲୀ ଗସ୍ତ ବେଳେ ସେ କେନ୍ଦ୍ର ଗୃହ ମନ୍ତ୍ରୀଙ୍କୁ ଭେଟି ଏହି ଦାବି ଉଠାଇଛନ୍ତି।

ମନ୍ତ୍ରୀ ପୂଜାରୀ କହିଛନ୍ତି ଯେ, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳରେ ସ୍କୁଲଗୁଡ଼ିକ ନିକଟରେ ଏହି ଆଶ୍ରୟସ୍ଥଳୀଗୁଡ଼ିକ ନିର୍ମାଣ ହେବ। ଏଗୁଡ଼ିକ ବହୁମୁଖୀ ହେବ, ଯାହା ବିପର୍ଯ୍ୟୟ ସମୟରେ ଆଶ୍ରୟ ପ୍ରଦାନ କରିବ ଏବଂ ଅନ୍ୟ ସମୟରେ ସାମାଜିକ କାର୍ଯ୍ୟ ପାଇଁ ବ୍ୟବହୃତ ହେବ। ଏହାଦ୍ବାରା ଆଶ୍ରୟସ୍ଥଳୀଗୁଡ଼ିକ ଅବହେଳିତ ଅବସ୍ଥାରେ ରହିବ ନାହିଁ।

Leave a comment