ରାଜ୍ୟରେ ଏବେ ଉତ୍କଟ ସାର ସଙ୍କଟ

ଦୁଇ ଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ଏକ ଚିଠି ଲେଖି ବାସ୍ତବ ସ୍ଥିତି ନେଇ ଅବଗତ କରିଛନ୍ତି । ତାଳଚେର ସାର କାରଖାନା କାହିଁକି କାର୍ଯ୍ୟକ୍ଷମ ହେଉନି ବୋଲି ପ୍ରଶ୍ନ କରିବା ସହିତ ସାରର କଳାବଜାରୀ କଥା ଜଣାଇଛନ୍ତି ନବୀନ। କଳାବଜାରୀ ପାଇଁ ଚାଷୀ ସାର ପାଉ ନାହାନ୍ତି। କାହା ପାଖକୁ ସାର ଯାଉଛି ବୋଲି ପ୍ରଶ୍ନ କରିଛି ବିଜେଡି। ଅଭିଯୋଗ ପରେ ୧୪୦୦ ପଏଣ୍ଟରେ ଦୁର୍ନୀତି ହୋଇଛି । ୬୨ ଡିଲର ନିଲମ୍ବନ ହୋଇଛନ୍ତି । ହେଲେ ଏମାନଙ୍କ ଜରିଆରେ କାହା ପାଖକୁ ଯାଇଛି ସାର ? ସାର କଳାବଜାରୀ ପାଇଁ ସରକାରୀ କଳକୁ ଦାୟୀ କରିଛି ବିଜୁ ଜନତା ଦଳ । ସାର ସଂକଟର କାରଣ କୃଷି ଓ ସମବାୟ ବିଭାଗ ମଧ୍ୟରେ ଲଢେଇ ବୋଲି କଟାକ୍ଷ କରିଛି ବିଜେଡି। ସରକାର ଯଦି ଟ୍ରାକକୁ ନ ଫେରିବେ, ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ଦଳ। ସାର ପାଇଁ ଗଞ୍ଜାମ ବିଜେଡି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ବି କରାଯାଇଛି । …

ସେପଟେ ଡିଲରମାନଙ୍କ ଦୁର୍ନୀତିକୁ ସ୍ଵୀକାର କରିଛି ବିଜେପି। ଦୁଇ ଦିନ ଭିତରେ ସାର ସମସ୍ୟା ଦୂର ହେବ ବୋଲି କୁହାଯାଇଛି। ହେଲେ ଚାଷ ନଷ୍ଟ ହେଉଥିବା ବେଳେ ସରକାରୀ ସଂସ୍ଥା ବଦଳରେ ଘରୋଇ ଏଜେନସି ପାଖରେ ସାର କିପରି ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି । ସାର ଅଭାବ ଯୋଗୁଁ କୃଷିକାର୍ଯ୍ୟ ବାଧାପ୍ରାପ୍ତ ହେଉଛି । ଏଥିପାଇଁ ବହୁତ ହଇରାଣ ହେଲେଣି ଚାଷୀ। କେମିତି ଚାଷ କାମ ହେବ ବୋଲି ସେମାନେ ହତାଶ ହୋଇ ପଡ଼ିଲେଣି।

Leave a comment