ବିଜେପି ବର୍ଷ ପୂର୍ତ୍ତି ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ

ଜୁନ୍‌୨୦ରେ ବିଜେପି ସରକାର ଗଠନର  ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେବେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବହୁ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟଗଣ, ସାଂସଦ ଓ ବିଧାୟକ, ରାଜ୍ୟର ବିଶିଷ୍ଟ ବ୍ୟକ୍ତି, ଦେଶର ବହୁ ଶିଳ୍ପପତି ଯୋଗଦେବେ। ପ୍ରଧାନମନ୍ତ୍ରୀଙ୍କୁ ଓଡ଼ିଶାକୁ ସ୍ବାଗତ ଓ ତାଙ୍କ ସମ୍ବୋଧନ ଶୁଣିବା ପାଇଁ ପ୍ରାୟ ୨ଲକ୍ଷ ଲୋକଙ୍କ ସମାଗମ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜନତା ମଇଦାନ, ଭୁବନେଶ୍ୱରରେ କାର୍ଯ୍ୟକ୍ରମର ଉଦ୍ଘାଟନ କରିବେ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରର ସଫଳତା ଓ ଭବିଷ୍ୟତ ଯୋଜନା ସମ୍ପର୍କରେ ସମ୍ବୋଧନ କରିବେ।

ରୋଡ୍ ଶୋ ଓ ତ୍ରିରଙ୍ଗା ଯାତ୍ରା: ପ୍ରଧାନମନ୍ତ୍ରୀ ଅପରାହ୍ଣ ୩:୪୦ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ପହଞ୍ଚିବେ ଏବଂ ୩:୪୫ରୁ ଜନତା ମଇଦାନ ପର୍ଯ୍ୟନ୍ତ ପ୍ରାୟ ୭ କି.ମି. ଦୀର୍ଘ ରୋଡ୍ ଶୋ’ରେ ଅଂଶଗ୍ରହଣ କରିବେ, ଯେଉଁଥିରେ ତ୍ରିରଙ୍ଗା ଯାତ୍ରା ମଧ୍ୟ ଅନ୍ତର୍ଭୁକ୍ତ। ଏହି ରୋଡ୍ ଶୋ ୩୦ ମିନିଟ୍ (୪:୧୫ ପର୍ଯ୍ୟନ୍ତ) ଚାଲିବ।

ବିମାନବନ୍ଦରରୁ ଜନତା ମଇଦାନ ପର୍ଯ୍ୟନ୍ତ ରାସ୍ତାରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ ଆଂଶିକ ସ୍ଥାନରେ ୨୮ଟି ମଞ୍ଚରେ ୪୦ଟି ସାଂସ୍କୃତିକ ଦଳ ଦ୍ୱାରା ରାଜ୍ୟର ବିଭିନ୍ନ ସ୍ଥାନରୁ ଆସି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ବହୁ କେନ୍ଦ୍ରୀୟ ମନ୍ତ୍ରୀ, ରାଜ୍ୟ ମନ୍ତ୍ରିମଣ୍ଡଳୀ ସଦସ୍ୟ, ସାଂସଦ, ବିଧାୟକ, ବିଶିଷ୍ଟ ବ୍ୟକ୍ତି ଓ ଶିଳ୍ପପତି ଯୋଗଦେବେ। ପ୍ରାୟ ୨ ଲକ୍ଷ ଲୋକ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ଓ ସମ୍ବୋଧନ ଶୁଣିବା ପାଇଁ ଜନତା ମଇଦାନରେ ସମାଗମ କରିବେ। : ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି, ଯେଉଁଥିରେ କାର୍ଯ୍ୟକ୍ରମର ସଫଳତା ଓ ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜନସମୁଦ୍ର ପାଲଟିବା ଆଶଙ୍କାରେ ରୋଡ୍ ଶୋ ଓ ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଏହି ଉତ୍ସବ ଜୁନ୍ ୧୨ରୁ ୨୦ ପର୍ଯ୍ୟନ୍ତ ଚାଲିଥିବା ବିଜେପି ସରକାରର ବାର୍ଷିକୀ ଉତ୍ସବର ସମାପନ କାର୍ଯ୍ୟକ୍ରମ ଭାବେ ପାଳନ କରାଯାଉଛି। ଏହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଓଡ଼ିଶାରେ ବିଜେପିର ପ୍ରଥମ ସରକାରର ସଫଳତାକୁ ପ୍ରଦର୍ଶନ କରିବା ସହ ୨୦୩୬ ଓ ୨୦୪୭ ପାଇଁ ଓଡ଼ିଶାର ଭିଜନ ଡକ୍ୟୁମେଣ୍ଟ ଉନ୍ମୋଚନ କରାଯିବ।

 

 

 

 

Leave a comment