ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୂର୍ବରୁ ଓଡ଼ିଶା ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିଲା । ତେବେ ଏହା ମଧ୍ୟରେ ଓଡ଼ିଶା ଜିତିଛି ସ୍ୱର୍ଣ୍ଣ ପଦକ । ନୂଆଦିଲ୍ଲୀର ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟବାସୀଙ୍କ ଗୌରବ ବଢ଼ାଇଛି ।କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ସେଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ । ତେବେ ଓଡ଼ିଶା ପାଭିଲିୟନ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସ୍ୱର୍ଣ୍ଣ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉଦଯାପନୀ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ଉକ୍ତ ମେଳାରେ ଓଡ଼ିଶା ପାଭିଲିୟନର ପରିକଳ୍ପନା ଓ ନିର୍ମାଣକୁ ଦେଶ, ବିଦେଶର ବହୁ ପର୍ଯ୍ୟଟକ ପ୍ରଶଂସା କରିବା ସହିତ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ, ନୁଡୁଲ୍ସକୁ ବେଶ୍ ପସନ୍ଦ କରିଥିଲେ । ସେହିପରି ରାଜ୍ୟର ହସ୍ତତନ୍ତରେ ନିର୍ମିତ କରୁଣା ପାଟ, କନ୍ଧମାଳ ଅଦା, ସୋରିଷ, ପାଳୁଅ ଆଦି ସମସ୍ତଙ୍କର ବେଶ୍ ପସନ୍ଦଯୋଗ୍ୟ ଜିନିଷ ଭାବେ ସୁନାମ ଆଣିଥିଲା । ଓଡ଼ିଶା ପାଭିଲିୟନରେ ବୋଇତ ଉପରେ ରହିଥିବା ତନ୍ତ ବସ୍ତ୍ରକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିସହିତ ଚାନ୍ଦୁଆ, ପଟ୍ଟଚିତ୍ର, ପ୍ରସ୍ତର ମୂର୍ତ୍ତିକୁ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ଓଡ଼ିଶା ସ୍ୱତନ୍ତ୍ର ଜୁରି ପାଇଥିଲା ।
Trending
- ଭାରତୀୟ ସେନାର ଆକ୍ରମଣରେ 30 ଆତଙ୍କବାଦୀ ନିହତ
- ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ପରିସ୍ଥିତି ଜାରି, ମସ୍କୋ ଯାଉଥିବା ବିମାନରେ ଧୂଆଁ
- ଆସନ୍ତାକାଲି ଓଡ଼ିଶାର ୧୨ଟି ସ୍ଥାନରେ ହେବ ସିଭିଲ ଡିଫେନ୍ସ ମକ୍ ଡ୍ରିଲ୍
- ‘ଦୀଘା ଜଗନ୍ନାଥ ଧାମ’ କୁ ଏତେ ରାଗ କଣ ପାଇଁ କହି ବିଜେପିକୁ ହାୱଡାରୁ ଟାର୍ଗେଟ୍ କରିଛନ୍ତି ମମତା
- ପଶ୍ଚିମବଙ୍ଗର ଦୀଘାରେ ସଦ୍ୟ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରର ମୂର୍ତ୍ତି ନିର୍ମାଣ ପାଇଁ ବଳକା ଦାରୁ ବ୍ୟବହାର କରାଯାଇ ନାହିଁ- ଆଇନ ମନ୍ତ୍ରୀ
- କଟକରେ ବ୍ରିଜ ସ୍ଲାବ ଭୁଶୁଡ଼ିବା ଘଟଣାର ୩ଜଣିଆ କମିଟି ତଦନ୍ତ କରିବ – ଆଇନ ମନ୍ତ୍ରୀ
- କାଳବୈଶାଖୀ ପ୍ରଭାବରେ ଝଡ଼ତୋଫାନ,ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ
- ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ପ୍ରାୟ ବନ୍ଦ – ରିଜର୍ଭ ବ୍ୟାଙ୍କ
- କଟକର ଖାନ୍ନଗରସ୍ଥିତ ବ୍ରିଜ ନିର୍ମାଣ ବେଳେ ସ୍ଲାବ୍ ଖସିପଡ଼ିବାରୁ ୩ ଶ୍ରମିକ ମୃତ , ଅନୁକମ୍ପା ରାଶି ଘୋଷଣା କଲେ ସରକାର
- ସରକାରର ବର୍ଷ ପୂର୍ତ୍ତି ଉତ୍ସବ ପାଳନ ପାଇଁ ଉଚ୍ଚସ୍ତରୀୟ ବୈଠକ
Prev Post