ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି

ମାର୍ଚ୍ଚ ପର୍ଯ୍ୟନ୍ତ ବଢ଼ିଲା ପଲ୍ୟୁସନ୍ ସାର୍ଟିଫିକେଟ୍ ଯାଞ୍ଚ ଅବଧି

ଭୁବନେଶ୍ୱର: ଓଡ଼ିଶାର ଗାଡ଼ି ଚାଳକଙ୍କ ପାଇଁ ଖୁସି ଖବର। PUCC ବା ପ୍ରଦୂଷଣ ଯାଞ୍ଚ ସାର୍ଟିଫିକେଟ୍ କଡ଼ାକଡ଼ି କରିବା ନିଷ୍ପତ୍ତିକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଯାଞ୍ଚ ଅବଧିକୁ ଆଉ ମାସେ ବୃଦ୍ଧି କରିଛନ୍ତି। ଏବେ ଆସନ୍ତା ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଗାଡ଼ି ମାଲିକଙ୍କୁ ଆଶ୍ୱସ୍ତି ମିଳିଛି। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି।

କେବଳ ସମୟ ସୀମା ବଢ଼ିନାହିଁ, ବରଂ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ଚାଲିଥିବା ଅନିୟମିତତା ବିରୋଧରେ ମଧ୍ୟ ସରକାର କଡ଼ା ଆକ୍ସନ୍ ନେଇଛନ୍ତି। ପରୀକ୍ଷା ନକରି ଜାଲ୍ ସାର୍ଟିଫିକେଟ୍ ଦେବା ଏବଂ ଅଧିକ ଟଙ୍କା ଆଦାୟ ଅଭିଯୋଗରେ ରାଜ୍ୟର ପ୍ରାୟ ୪୨ଟି ପଲ୍ୟୁସନ୍ ସେଣ୍ଟରକୁ ସିଲ୍ କରାଯାଇଛି।

PUCCକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଥିଲା ବିରୋଧୀ। ପ୍ରଦୂଷଣ ନାଁରେ ଲୋକଙ୍କୁ ଠିଆ କରିବା, ସବୁଜ ଟୋକନ ନେଇ ପ୍ରଶ୍ନ କରିଥିଲା ବିଜେଡି। ଆଗରୁ ପ୍ରସ୍ତୁତି ନକରି ପୁରୁଣା ଗାଡି ଆଗରେ ଠିଆ ହୋଇ ସାର୍ଟିଫିକେଟ ନେବେ। ଜାଲି ସେଣ୍ଟର ଓ ଟୋକନରୁ ମୁକ୍ତି ଦିଅନ୍ତୁ। ଦୟା କଲା ପରି ମାସେ ନକରି ୬ ମାସ ସମୟ ଦିଅନ୍ତୁ ସରକାର। PUCC ନାଁରେ ଅରାଜକତା ଯୋଗୁଁ ଟଙ୍କା ଆଦାୟ ହେଉଛି। ଲୋକେ ଏହାକୁ ଗ୍ରହଣ କରୁନାହାନ୍ତି ବୋଲି ସେ କହିଛନ୍ତି।

Leave a comment