ୱେଷ୍ଟଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ୱେଷ୍ଟଣ୍ଡିଜ୍ ବିପକ୍ଷରେ ହେବାକୁ ଥିବା ସିରିଜ ପାଇଁ ଭାରତୀୟ ଦଳ ଘୋଷଣା

ମେଟ୍ରୋ ଟିଭି ଓଡିଶା,୨୭/୧ : ୱେଷ୍ଟଣ୍ଡିଜ୍ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା । ଟି-୨୦ ଓ ଦିନିକିଆ ପାଇଁ ଭାରତୀୟ ଦଳ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ କ୍ୟାପଟେନ୍ ଟି-୨୦ ଓ ଦିନିକିଆ ଖେଳିବ ଟିମ୍ ଇଣ୍ଡିଆ । ଟି-୨୦ରେ କେଏଲ ରାହୁଲ, ଇଶାନ କିଷାନ, ବିରାଟ କୋହଲି, ଶ୍ରେୟସ ଆୟାର, ସୂର୍ଯ୍ୟ କୁମାର ଯାଦବ, ରିଷଭ ପନ୍ଥ, ଭେଙ୍କଟେଶ ଆୟାର, ଦୀପକ ଚହର, ଶାଦ୍ଦୁଲ ଠାକୁର, ରବି ବିଷ୍ଣୋୟୀ, ଅକ୍ସର ପଟେଲ, ୟୁଜବେନ୍ଦ୍ର ଚହଲ, ଓ୍ଵାସିଂଟନ୍ ସୁନ୍ଦର, ମହମ୍ମଦ ସିରଜ, ଭୁବନେଶ୍ୱର କୁମାର, ଆବେଶ ଖାନ୍, ହର୍ଷଲ ପେଟେଲ ସ୍ଥାନ ପାଇଛନ୍ତି ।


ସେହିପରି ଦିନିକିଆ ସ୍କ୍ଵାଡ୍ରେ ଅଛନ୍ତି କ୍ୟାପଟେନ୍ ରୋହିତ ଶର୍ମା, ଭାଇସ କ୍ୟାପଟେନ୍ କେଏଲ ରାହୁଲ, ଋତୁରାଜ ଗାଏକଓ୍ଵାଡ୍, ଶିଖର ଧୱନ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟାର, ଦୀପକ୍ ହୁଡ଼ା, ରିଷଭ ପନ୍ଥ, ଡି ଚହର,ଶାର୍ଦ୍ଦୁଲ ଠାକୁର, ଓ୍ଵାଇ ଚହଲ, କୁଲଦୀପ ଯାଦବ, ଓ୍ଵାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ମହମ୍ମଦ ଶିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ଆବେଶ ଖାନ୍ । ଯଶପ୍ରିତ ବୁମ୍ରା ଓ ମହମ୍ମଦ ଶାମୀଙ୍କୁ ସିରିଜ୍ରୁ ବିଶ୍ରାମ ଦିଆଯାଇଛି।