୯୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଟି-୨୦ ସିରିଜ ଜିତିଲା ଭାରତ

ରାଜକୋଟ : ୯୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇ ଟି-୨୦ ସିରିଜ ଜିତିଲା ଭାରତ ।  ଭାରତର ୨୨୮/୫ ଜବାବରେ ଶ୍ରୀଲଙ୍କା ୧୩୭ରେ ଅଲ ଆଉଟ ହୋଇଥିଲା । ତୃତୀୟ ମୁକାବିଲାରେ ଭାରତ ଶ୍ରୀଲଙ୍କାକୁ ୯୧ରନ୍‌ରେ ପରାସ୍ତ କରି ସିରିଜ୍‌ ଜିତିନେଇଛି। ଭାରତ ଦ୍ବାରା ରଖାଯାଇଥିବା ୨୨୯ରନର ବିଜୟ ଲକ୍ଷ୍ୟ ଜବାବରେ ଶ୍ରୀଲଙ୍କା ୧୬.୪ ତମ ଓଭରରେ ୧୩୭ ରନ କରି ଅଲଆଉଟ ହୋଇଯାଇଥିଲା ।  ଓପନର ଇଶାନ କିଷନ  ୧ ରନରେ ଆଉଟ ହୋଇଥିଲା ବେଳେ  ରାହୁଲ ୩୫ ରନ ଓ ଗିଲ୍ ୪୬ ରନ କରି ଆଉଟ ହୋଇଥିଲେ । ସୂର୍ଯ୍ୟକୁମାର   ୧୧୨ ରନ କରି ଅପରାଜିତ ରହିଥିଲେ । ସେ ମୋଟ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେହିପରି ଅକ୍ଷର ପଟେଲ ଅପରାଜିତ ୨୧ ରନ କରିଥିଲେ । ଶ୍ରୀଲଙ୍କାର କୈାଣସି ବ୍ୟାଟସମ୍ୟାନ  ତିଷ୍ଠି ପାରିନଥିଲେ । ସୂର୍ଯ୍ୟକୁମାର ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିବା ବେଳେ ଅକ୍ଷର ପଟେଲ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପାଇଥିଲେ ।