ସେମିଫାଇନାଲ୍ରେ ଭାରତ
ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକିରେ ଭାରତର ଜୟଯାତ୍ରା ଜାରି ରହିଛି। ବୁଧବାର ନିଜ ତୃତୀୟ ଲିଗ୍ ମ୍ୟାଚ୍ରେ ଭାରତ ୮-୧ ଗୋଲ୍ରେ ମାଲେସିଆକୁ ଏକତରଫା ଭାବେ ପରାସ୍ତ କରି ହ୍ୟାଟ୍ରିକ୍ ବିଜୟ ସହ ସେମିଫାଇନାଲ୍ରେ ସ୍ଥାନ ସୁରକ୍ଷିତ କରି ନେଇଛି। ରାଉଣ୍ଡ ରବିନ ପଦ୍ଧତିରେ ଖେଳାଯାଉଥିବା ଏହି ୬ ଦଳୀୟ ପ୍ରତିଯୋଗିତାରେ ଭାରତ ସଂପ୍ରତି ପୂରା ୯ ପଏଣ୍ଟ୍ ପାଇ ପଏଣ୍ଟ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ପ୍ରତିଯୋଗିତାର ଫର୍ମାଟ୍ ଅନୁସାରେ ଶୀର୍ଷ ୪ ଦଳ ସେମିଫାଇନାଲ୍ ଖେଳିବାର ହକ୍ଦାର ହେଉଥିବାରୁ ଭାରତ ପ୍ରଥମ ଦଳ ଭାବେ ସେମିଫାଇନାଲ୍ ଟିକେଟ ହାସଲ କରି ନେଇଛି।