ସିରିଜ ଜିତିବା ପରେ ସାଉଥ ଆଫ୍ରିକାର ବିଜୟ ଉତ୍ସବ:ଜୟ ଶ୍ରୀରାମ ଲେଖି ଫଟୋ ସେୟାର କଲା ଟିମ୍
ମେଟ୍ରୋ ଟିଭି ଓଡିଶା,୨୫/୧ : ଟେଷ୍ଟ ସିରିଜ୍କୁ ୨-୧ରେ ଜିତିବା ପରେ ଦକ୍ଷିଣ ଆଫ୍ରିକା ସିରିଜ୍କୁ କବଜା କରିନେଇଛି । ଡିନ୍ ଏଲଗରଙ୍କ ନେତୃତ୍ୱାଧୀନରେ ସାଉଥ ଆଫ୍ରିକା ତାର ଦମଦାର ବିଜୟ ହାସଲ କରିଛି ଓ ଦିନିକିଆ ସିରିଜ୍ରେ ତେମ୍ବା ବାଭୁମାଙ୍କ ଦଳ ଭାରତକୁ ୩-୦ରେ ହରାଇଛି। ବିଜୟ ପରେ ସାଉଥ ଆଫ୍ରିକା ଟିମ୍ ବିଜୟ ଉତ୍ସବ ପାଳନ କରିବାରେ ମାତିଯାଇଛି। ଦଳର ବାମହାତୀ ସ୍ପିନର କେଶବ ମହାରାଜ ଇନଷ୍ଟାଗ୍ରାମରେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ପୋଷ୍ଟର ଶେଷରେ ସେ ଜୟ ଶ୍ରୀରାମ ମଧ୍ୟ ଲେଖିଛନ୍ତି, ଯାହା ଭାରତୀୟ ଫ୍ୟାନ୍ସଙ୍କୁ ହୃଦୟ ଜିତି ନେଇଛି। ଏଥିସହ ମହାରାଜ ସାଉଥ ଆଫ୍ରିକା ଟିମ୍ ସହ ଫଟୋ ମଧ୍ୟ ସେୟାର କରିଛନ୍ତି।
pic credit-instagram
ସୋସିଆଲ ମିଡିଆରେ ସେ ଲେଖିଛନ୍ତି, ଆମ ପାଇଁ ଏହା ଦମଦାର ସିରିଜ୍। ମୁଁ ଏଥିରୁ ଆଉ ଅଧିକ ଏହି ଦଳ ଉପରେ ଗର୍ବ କରି ପାରିବି ନାହିଁ। ଆମେ ବହୁତ ପ୍ରଦର୍ଶନ କରିଛୁ। ଏବେ ପୁଣି ଥରେ ପ୍ରସ୍ତୁତ ହେବା ଏବଂ ପରବର୍ତ୍ତୀ ଚ୍ୟାଲେଞ୍ଜକୁ ସ୍ଵୀକାର କରିବାର ସମୟ ଆସିଛି। ଜୟ ଶ୍ରୀରାମ। କେଶବ ମହାରାଜ ଦିନିକିଆ ସିରିଜ୍ରେ ଦମଦାର ପ୍ରଦର୍ଶନ କରିଛନ୍ତି। ସେ ଏହି ସିରିଜ୍ର ତିନି ମୁକାବିଲାରେ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପ୍ରଥମ ଦିନିକିଆରେ ସେ ଶିଖର ଧାଓ୍ଵନଙ୍କୁ ଆଉଟ୍ କରିଥିଲେ। ବାକି ଦୁଇଟି ଦିନିକିଆରେ ସେ ବିରାଟଙ୍କ ଓ୍ଵିକେଟ ନେଇଥିଲେ। କେଶବ ମହାରାଜଙ୍କ ବଂଶଜ ଭାରତୀୟ ଉତ୍ତର ପ୍ରଦେଶର ସୁଲତାନପୁର ବାସିନ୍ଦା । କେଶବଙ୍କ ବାପା ଆତ୍ମାନନ୍ଦ ମହାରାଜ ଏକ ସାକ୍ଷାତକାରରେ କହିଥିଲେ, ତାଙ୍କ ପୂର୍ବଜ ୧୮୭୪ରେ ସୁଲତାନପୁରରୁ ଡର୍ବାନ ଚାଲି ଆସିଥିଲେ।