ରିଙ୍ଗରେ ଆଘାତ ଲାଗି ବକ୍ସରଙ୍କ ମୃତ୍ୟୁ

ରିଙ୍ଗରେ ଆଘାତ ଲାଗି ବକ୍ସରଙ୍କ ମୃତ୍ୟୁ

ମେଟ୍ରୋ ଟିଭି ଓଡିଶା,୯/୧: ପ୍ରତିଯୋଗିତାରେ ଆଘାତ ଲାଗି କୋମାକି ଚାଲି ଯାଇଥିଲେ ଜଣେ ବକ୍ସର । ଏବେ ତାଙ୍କର ମୃତ୍ୟୁ ଘଟିଛି । ଆର୍ମେନିଆର ଏହି ବକ୍ସର ଜଣକ ହେଉଛନ୍ତି ଅରେଷ୍ଟ ସହକ୍ୟାନ୍ । ସେ ଗତ ଡିସେମ୍ବର ୨୬ ତାରିଖ ଦିନ ଆଇଗୋର ସେମରନିନଙ୍କ ସହ ରିଙ୍ଗରେ ଲଢ଼େଇ କରୁଥିଲେ । ଏତିକିବେଳେ ତାଙ୍କ ମୁଣ୍ଡରେ ଜୋର୍ରେ ଆଘାତ ଲାଗିଥିଲା । ସେ ନକ୍ଆଉଟ୍ ହୋଇ ଯାଇଥିଲେ । ତେବେ ଆଘାତ ଯୋଗୁଁ ସହକ୍ୟାନ କୋମାକୁ ଚାଲିଗଲେ । ତାଙ୍କ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘ ୧୦ ଦିନ ଧରି ଜୀବନ ସଂଘର୍ଷ କରିବା ପରେ ଶୁକ୍ରବାର ଦିନ ତାଙ୍କର ମୃତ୍ୟୁ ହୋଇଯାଇଛି । ମ୍ୟାଚ୍ର ଅଷ୍ଟମ ରାଉଉଣ୍ଡରେ ତାଙ୍କ ଡାହାଣ ପଟ ମୁଣ୍ଡରେ ପ୍ରତିଦ୍ୱନ୍ଦ୍ୱୀଙ୍କ ଜୋରଦାର ମୁଥ ବାଜିଥିଲା ।


ସୂଚନା ଅନୁଯାୟୀ , ଆସନ୍ତା ମଙ୍ଗଳବାର ଦିନ ରୁଷ୍ର ଟାଲ୍ୟାଁଟି ସହରରେ ତାଙ୍କର ଅନ୍ତିମ ସଂସ୍କାର ପ୍ରକ୍ରିୟା ଆରମ୍ଭ ହେବ । ତେବେ ପରେ ତାଙ୍କୁ ତାଙ୍କ ଜନ୍ମସ୍ଥାନ ଆର୍ମେନିଆରେ କବର ଦିଆଯିବ । ସହକ୍ୟାନ ଜଣେ ପେସାଦାର ବକ୍ସର ଥିଲେ । ସେ ମିଡିଲ ଓ୍ଵଟ୍ ବର୍ଗରେ ୬ଟି ବିଶ୍ୱ ଟାଇଟଲ୍ ଜିଣିଥିଲେ । ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା ।