ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚୋବାଇ ବିବାଦ ଘେରରେ ବିରାଟ କୋହଲି
ମେଟ୍ରୋ ଟିଭି ଓଡିଶା,୨୪/୧ : ପୁଣି ବିବାଦ ଘେରରେ ବିରାଟ । କିଛି ଦିନ ପୂର୍ବେ ଅଧିନାୟକ ପଦରୁ ଈସ୍ତଫା ଦେବାରେ ତାଙ୍କୁ ବିବାଦର ସାମ୍ନା କରିବାକୁ ପଡିଥିଲା ପୁଣି ଏହି ପରି ହୋଇଛି । ରାଷ୍ଟ୍ରଗାନ ସମୟରେ ଚୁଇଙ୍ଗମ ଚେବାଇବାକୁ ନେଇ ବିବାଦ ଘେରରେ ଫସିଛନ୍ତି । ଗତକାଲି ଅର୍ଥାତ୍ ରବିବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ତୃତୀୟ ଓ ଶେଷ ଦିନିକିଆରେ ତାଙ୍କର ଏକ ଭୁଲ କାର୍ଯ୍ୟ ପାଇଁ ତାଙ୍କ ଫ୍ୟାନ୍ସମାନେ ରାଗି ଯାଇଛନ୍ତି । ତାଙ୍କର ଗୋଟିଏ ଭୁଲ ପାଇଁ ଲୋକମାନେ ବିସିସିଆଇଙ୍କୁ ବିରାଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି ।
ସୂଚନା ଅନୁସାରେ, ଦକ୍ଷିଣ ଆଫ୍ରିକା କେପଟାଉନରେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଜାତୀୟ ସଙ୍ଗୀତ ଗାନ କରାଯାଉଥିଲା । ଏହି ସମୟରେ ସମସ୍ତ ଖେଳାଳୀ ଠିଆ ହୋଇ ଜାତୀୟ ସଙ୍ଗୀତ ଗାନ କରୁଥିବା ବିରାଟଙ୍କର ଏହି ମୁହୁର୍ତ୍ତ କ୍ୟାମେରାରେ କଏଦ୍ ହୋଇଥିଲା । ଏହି ସମୟରେ ବିରାଟ କୋହଲି ସଙ୍ଗୀତ ଗାନ କରିବା ପରିବର୍ତ୍ତେ ଚୁଇଙ୍ଗମ୍ ଚୋବାଉଥିବା ନଜର ଆସିଥିଲେ । ବ୍ରଡକାଷ୍ଟ କ୍ୟାମେରାରେ ଅଲଗା ଅଲଗା ଏଙ୍ଗେଲ୍ ଭିଡିଓକୁ କ୍ୟାପଚର କରାଯାଇଥିଲା । ଏହା ସହ ଦୁଇଟି ସଟ୍ ରେ ବିରାଟ ଚୁଇଙ୍ଗମ୍ ଚୋବାଉଥିବା ଦେଖିବାକୁ ମିଳିଥିଲେ । ସୋସିଆଲ ମିଡିଆରେ ବିରାଟଙ୍କର ଏହି କାର୍ଯ୍ୟ ପସନ୍ଦ କରୁନଥିବା ବେଳେ ତାଙ୍କୁ ଜୋରଦାର୍ ଟ୍ରୋଲ୍ କରାଯାଉଛି ।