ମହାକାଶରେ ଯୁବରାଜ ସିଂହଙ୍କ ବ୍ୟାଟ
ମେଟ୍ରୋ ଟିଭି ବ୍ୟୁରୋ,୨୬/୧୨: ଭାରତର ପ୍ରଥମ କ୍ରିକେଟର ଯୁବରାଜ ସିଂ ଯାହାର ବ୍ୟାଟକୁ ମହାକାଶକୁ ପଠାଯାଇଛି ।୨୦୦୩ ମସିହାରେ ସେ ବାଂଲାଦେଶ ବିପକ୍ଷରେ ମ୍ୟାଚ ଖେଳି ଶତକ ଅର୍ଜନ କରିଥିଲେ ।ସେଥିପାଇ ଏହି ବ୍ୟାଟଟି ତାଙ୍କ ପାଇ ବହୁତ ଖାସ ଥିଲା । ସେହି ମ୍ୟାଚରେ ୧୦୨ରନ କରିବା ସହ ମ୍ୟାନ୍ ଅଫ ଦି ମ୍ୟାଚ ହୋଇଥିଲେ ।
ଗତ ସପ୍ତାହରେ ଏସିଆ ଭିତ୍ତିକ ଏନଏଫଟି ମାର୍କେଟ କୋଲେକ୍ସିୟନ ଏବଂ ପୂର୍ବତନ ଭାରତୀୟ କ୍ରିକେଟରଙ୍କ ସହଯୋଗରେ ଏହି ପଦକ୍ଷେପ ନିଆଯାଇଥିଲା। ତାଙ୍କୁ ଏନଏଫଟି ପ୍ରଦାନ କରିବାକୁ କମ୍ପାନୀ ଯୁବରାଜଙ୍କ ସହ ସହଭାଗୀତା କରିଛି । ଏହା ବ୍ୟତୀତ ଯୁବରାଜଙ୍କ ବ୍ୟାଟ ମହାକାଶକୁ ପଠାଇ ଭିଡିଓ ମାଧ୍ୟମରେ ପ୍ରଶଂସକ ମାନଙ୍କୁ ଆନନ୍ଦିତ କରାଯିବ। ଯେହେତୁ ଏହା ମହାକାଶକୁ ପଠାଯାଇଥିବା ପ୍ରଥମ ବ୍ୟାଟ୍ ।
ଏନେଇ ଯୁବରାଜ କହିଛନ୍ତି , ମୁଁ ସର୍ବଦା ଫ୍ୟାନ୍ସଙ୍କ ସହିତ ଯୋଡ଼ି ହୋଇ ରହିବାକୁ ଚାହେଁ । ଏହି କାର୍ୟ୍ୟକ୍ରମ ପାଇଁ ଏସିଆର ଏନଏଫଟି ବଜାର କୋଲେକ୍ସିୟନର ସହଯୋଗ ପାଇଁ ମୁଁ ବହୁତ କୃତଜ୍ଞ । ମୋର କ୍ରିକେଟ ଯାତ୍ରା ସମୟରେ ଯେଉଁମାନେ ମୋତେ ଅଜସ୍ର ଭଲ ପାଇବା ଓ ଉତ୍ସାହ ଯୋଗାଇଛନ୍ତି ସେମାନଙ୍କ ସହ ମୁଁ ମୋର ଜୀବନର ମୂଲ୍ୟବାନ ଜିନିଷକୁ ଶେୟାର କରିବାକୁ ଚାହୁଁଛି ବୋଲି କହିଥିଲେ ।
ଯୁବରାଜ ସିଂହ ୩୦୪ଟି ଦିନିକିନିଆରେ ୮୭୦୧ ରନ ସଂଗ୍ରହ କରିଥିବା ବେଳେ ସେଥିରେ ୧୪ଟି ଶତକ ଓ ୫୨ଟି ଅର୍ଦ୍ଧଶତକ ରହିଛି । ସେ ୪୦ଟି ଟେଷ୍ଟରେ ମୋଟ ୧୯୦୦ ରନ ସଂଗ୍ରହ କରିଛନ୍ତି । ସେଥିରେ ୩ଟି ଶତକ ଓ ୧୧ଟି ଅର୍ଦ୍ଧଶତକ ସାମିଲ ଅଛି । ସେହିପରି ୫୮ଟି ଟି-୨୦ରେ ସେ ୮ଟି ଅର୍ଦ୍ଧଶତକ ସହାୟତାରେ ୧୧୭୭ ରନ ସଂଗ୍ରହ କରିଛନ୍ତି । ଯୁବରାଜ ସିଂହଙ୍କ ବ୍ୟାଟ ପ୍ରଥମ ବ୍ୟାଟ ଭାବେ ମହାକାଶକୁ ଯାତ୍ରା କରି ଏକ ଐତିହାସିକ କୀର୍ତ୍ତୀ ସ୍ଥାପନ କରିବ ।