ଭାରତ ହକି ୫ଏସ୍‌ ଏସିଆ କପ୍‌ ବିଜେତା

ଓମାନ: ଭାରତୀୟ ପୁରୁଷ ଦଳ ହକି ୫ଏସ୍‌ ଏସିଆ କପ୍‌ରେ ବିଜେତା ହୋଇଛି। ପୂର୍ବରୁ ମେସିଫାଇନାଲ୍‌ରେ ପହଞ୍ଚି ଭାରତ, ପାକିସ୍ତାନ, ଓମାନ ଓ ମାଲେସିଆ ମସ୍କାଟରେ ଜାନୁଆରି ୨୪ରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ହକି୫ଏସ୍‌ ବିଶ୍ବକପ୍‌ ଲାଗି ଯୋଗ୍ୟତା ଅର୍ଜନ କରି ନେଇଥିଲେ।  ଫାଇନାଲ୍‌ରେ ଭାରତ ୨-୦ (୪-୪) ସୁଟ୍‌ଆଉଟ୍‌ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ପରାସ୍ତ କରିଥିଲା। ସୁଟ୍‌ଆଉଟ୍‌‌ର ଭାରତ ୨-୦ରେ ଜିତି ଟ୍ରଫି କରାୟତ୍ତ କରିଥିଲା। ଭାରତର ଗୁରଜୋତ ସିଂହ ଓ ମନିନ୍ଦର ସିଂହ ସଫଳ ହୋଇଥିଲେ। ତେବେ ସୁରଜ କାରକେରା ପାକିସ୍ତାନର ସବୁ ପ୍ରୟାସକୁ ବିଫଳ କରିଦେଇଥିଲେ। ବିଜେତା ଦଳର ସମସ୍ତ‌ ଖେଳାଳି ଓ ସପୋର୍ଟ ଷ୍ଟାପ୍‌ଙ୍କ ପାଇଁ ଯଥାକ୍ରମେ ହକି ଇଣ୍ଡିଆ ୨ ଓ ୧ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।