ବୁମରା ହେବେ କି ଟେଷ୍ଟ ଟିମ୍ର ଅଧିନାୟକ
ମେଟ୍ରୋ ଟିଭି ଓଡିଶା,୧୮/୧: ଏବେ ଟେଷ୍ଟ କିକ୍ରେଟର ନୂଆ ଅଧିନାୟକକୁ ନେଇ ଚର୍ଚ୍ଚା ଜୋର ଧରିଛି । ବିରାଟଙ୍କ ପରେ କିଏ ହେବ ଟେଷ୍ଟ କିକ୍ରେଟର ଅଧିନାୟକ । ଏନେଇ ଦ୍ରୁତଗାମୀ ବୋଲର ଜସପ୍ରୀତ ବୁମରାଙ୍କ ନାଁ ଚର୍ଚ୍ଚା ରେ ଅଛି । ସେ ବି ଏହି ପଦବୀକୁ ଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇ ଯୋଗଦାନ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ବିରାଟଙ୍କ ପରେ ଭାରତୀୟ ଟେଷ୍ଟର ଅଧିନାୟକ ବୁମରା ଅନ୍ୟତମ ଓ କେ ଏଲ ରାହୁଲ , ରୋହିତ ଶର୍ମା ଫ୍ରଣ୍ଟ୍ରନର ଭାବେ ଉଭା ହୋଇଛନ୍ତି ।
ବୁମରା କହିଛନ୍ତି ଏହି ସୁଯୋଗ ଦିଆଯାଏ ଏହା ଏକ ସମ୍ମାନ କିନ୍ତୁ ଯଦି ନୁହେଁ ତେବେ ମୁ ମଧ୍ୟ ମୋ ସାମର୍ଥ୍ୟ ଅନୁଯାୟୀ ଯାହା ଆବଶ୍ୟକ ତାହା କରିବାକୁ ଚେଷ୍ଟା କରିବି । ମୋର ଧ୍ୟାନ ଭଲ ହେବ । କୋଚ ଓ ଅଧିନାୟକ ପରିବର୍ତ୍ତନରେ ଦଳରେ ସେମିତି କିଛି ପ୍ରଭେଦ ଦେଖାଦେବ ନାହିଁ । କାରଣ ସମସ୍ତେ ନିଜ ନିଜ ଦାୟିତ୍ୱ ସଂପର୍କରେ ଅବଗତ ।
ଏହା ପୂର୍ବରୁ ରୋହିତ ଓ ରାହୁଲଙ୍କୁ ଭେଟିଛନ୍ତି । ରୋହିତ ସୀମିତ ଓଭରର ଅଧିନାୟକ ଥିଲେ ଓ ରାହୁଲ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜର ଉପ ଅଧିନାୟକ ଥିଲେ । କୋଟଲିଙ୍କ ପରେ କିଏ ଅଧିନାୟକ ହେବ ଏନେଇ ଚର୍ଚ୍ଚା ଜେର ଧରିଛି । ବୁମରା ମଧ୍ୟ କହିଛନ୍ତି , ଅନ୍ୟ ଖେଳାଳି ମାନେ ଯେଉମାନେ ଅଧିକାଂଶ ।ନ୍ତର୍ଜାତୀୟ କ୍ୟାରିଅର ଖେଲିଥିଲେ ସେମାନେ ଏହି ପରିବର୍ତ୍ତନ ସହିତ ଖାପ ଖୁଆଇବାକୁ ପ୍ରସ୍ତୁତ ।