ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ମହିଳା ଟି-୨୦ ବିଶ୍ୱକପ ପାଇଁ ଏବେ ଆଉ ଏକ ନୂଆ ଭେନ୍ୟୁ ସ୍ଥିର କରାଯାଇଛି । ବାଂଲାଦେଶର ସ୍ଥିତିକୁ ଦଷ୍ଟିରେ ରଖି ଆଇସିସି ଏଭଳି ଏକ ନିଷ୍ପତ୍ତି ନେଇଛି । ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ଏବେ ୟୁଏଇକୁ ଚୟନ କରାଯାଇଛି । ଅର୍ଥାତ୍ ଚଳିତବର୍ଷ ମହିଳା ଟି-୨୦ ବିଶ୍ୱକପ୍ ବାଂଲାଦେଶ ପରିବର୍ତ୍ତେ ୟୁଏଇରେ କେଳାଯିବାକୁ ଆଇସିସି ସ୍ଥିର କରିସାରିଛି । ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜକ ଭାବରେ ବାଂଲାଦେଶର ହିଁ ନାମ ରହିବ ।ଆଇସିସିର ସିଇଓ ଜ୍ୟୋଫ ଏଲାର୍ଡିସ କହିଛନ୍ତି ଯେ, ବାଂଲାଦେଶ ପାଇଁ ଟି-୨୦ ବିଶ୍ୱକପ ଆୟୋଜନ ନ କରିବା ଖୁବ ନିରାଶାଜନକ ଘଟଣା । କାରଣ ବାଂଲାଦେଶ କ୍ରିକେଟ ବୋର୍ଡ ଏକ ଐତିହାସିକ ପ୍ରସ୍ତୁତି କରିଥିଲା । ସେ କହିଛନ୍ତି ଯେ, “ମୁଁ ବିସିବି ଟିମକୁ ଧନ୍ୟାବଦ୍ ଦେବାକୁ ଚାହୁଁଛି, କାରଣ ସେମାନେ ଟୁର୍ଣ୍ଣାମେଣ୍ଟକୁ ବାଂଲାଦେଶରେ ଆୟୋଜିତ କରାଇବା ପାଇଁ ସମସ୍ତ ଚେଷ୍ଟା କରିଥିଲେ, କିନ୍ତୁ ବିଶ୍ୱକପର ଅଧିକାଂଶ ଦଳର ସରକାରଙ୍କ ଟାଭେଲ ଗାଇଡଲାଇନ୍ ଯୋଗୁଁ ଏହା ସମ୍ଭବ ହୋଇ ପାରିନାହିଁ । ତେବେ ତାଙ୍କ ହାତରେ ଆୟୋଜକର ଦାୟିତ୍ୱ ରହିବ । ଏହାସହିତ ବିସିବି ତରଫରୁ ବିଶ୍ୱକପ୍ ଆୟୋଜନ କରୁଥିବାର ୟୁଏଇ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ଦେଉଛି । ସେହିପରି ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଥିବାରୁ ଶ୍ରୀଲଙ୍କା ଏବଂ ଜିମ୍ବାୱେ ବୋର୍ଡକୁ ମଧ୍ୟ ଧନ୍ୟବାଦ୍ ।”ତେବେ ୨୦୨୬ ମସିହାରେ ଉଭୟ ଦେଶରେ ଗ୍ଲୋବାଲ ଇଭେଣ୍ଟ ଦେଖିବାକୁ ମିଳିବ । ଆଇସିସିର ମୁଖ୍ୟ କାର୍ଯ୍ୟାଳୟ ୟୁଏଇରେ ରହିଛି । ବର୍ତ୍ତମାନ ପରିସ୍ତିତିରେ ୟୁଏଇ ବିଶ୍ୱ କ୍ରିକେଟର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ପାଲଟିଛି । ଏଠାରେ ଅନେକ କ୍ୱାଲିଫାୟାର ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇପାରିଛି । ଏଠାରେ କରୋନା ସମୟରେ ବିଶ୍ୱର ସର୍ବବୃହତ୍ ଟି-୨୦ ଲିଗ୍ ଆଇପିଏଲ ମଧ୍ୟ ଆୟୋଜିତ ହୋଇ ପାରିଥିଲା ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post