ଭାରତୀୟ ହକି ଦଳ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟ ଦିଗରେ ଆଗକୁ ବଢ଼ିଛି। ସୋମବାର ସେମିଫାଇନାଲ୍ରେ ହର୍ମନପ୍ରୀତ ସଂହଙ୍କ ଏହି ଦଳ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ମଙ୍ଗଳବାର ଟ୍ରଫି ଲଢ଼େଇରେ ଆୟୋଜକ ଚୀନ୍କୁ ଭେଟିବ। ଚୀନ୍ ସୁଟ୍ଆଉଟ୍ରେ ୨-୦ (୧-୧) ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଫଳରେ ଭାରତ-ପାକିସ୍ତାନ ଫାଇନାଲ୍ ସମ୍ଭାବନା ହଟିଯାଇଥିଲା। ଭାରତ ପୁଣି ନିଜର ଚମତ୍କାର ପ୍ରଦର୍ଶନ ଦେଖାଇ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ତ୍ରୟୋଦଶ ମିନିଟ୍ରେ ଉତ୍ତମ ସିଂହଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ଏହାପରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ (୧୯ ମିନିଟ୍) ସ୍ଥିତି ୨-୦ କରିଥିଲେ। ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ଜର୍ମାନପ୍ରୀତ ସିଂହ (୩୨ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ ରଖିଥିଲେ। ଏହା ପର ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଦକ୍ଷିଣ କୋରିଆର ୟାଙ୍ଗ ଜିହୁଁ (୩୩ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ୪୫ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ହର୍ମନପ୍ରୀତ ଗୋଲ୍ କରିବା ସହ ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇ ଦଳକୁ ୪-୧ରେ ବିଜୟ ଭେଟି ଦେଇଥିଲେ। ଜର୍ମାନପ୍ରୀତ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।ଏଥି ସହିତ ୧୧ ବର୍ଷ ଧରି ଭାରତକୁ ପରାସ୍ତ କରି ନଥିବା କୋରିଆର ପରାଜୟ ଧାରା ଜାରି ରହିଥିଲା। ଶେଷ ଥର ଲାଗି କୋରିଆ ୨୦୧୩ ଏସିଆ କପ୍ରେ ଭାରତକୁ ୪-୩ରେ ପରାସ୍ତ କରିଥିଲା। ଭାରତ ଲିଗ୍ ପର୍ଯ୍ୟାୟରେ ଚୀନ୍କୁ ୩-୦, ଜାପାନକୁ ୫-୧, ମାଲେସିଆକୁ ୮-୧, କୋରିଆକୁ ୩-୧ ଏବଂ ପାକିସ୍ତାନକୁ ୨-୧ରେ ପରାସ୍ତ କରି ସେମିଫଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା।
Trending
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
- ଚଳିତମାସ ୧୭ରୁ ଦେଶରେ ପ୍ରଥମ ଥର ବନ୍ଦେ ଭାରତ ସ୍ଲିପର ଟ୍ରେନ୍ର ଚଳାଚଳ ଆରମ୍ଭ
- ଷ୍ଟେସନରେ ଲାଗିଲା ନିଆଁ , ଷ୍ଟେସନ ମାଷ୍ଟର, ଡିଟିସି ଚାମ୍ବରରୁ ନେଇ ଟିକେଟ କାଉଣ୍ଟର ଓ ରେଲୱେ ଲାଇନ କ୍ଷତିଗ୍ରସ୍ତ
- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜର୍ମାନ ଚାନସେଲର ଫ୍ରେଡ୍ରିଚ୍ ମର୍ଜ ଙ୍କ ଦ୍ୱିପାକ୍ଷିକ ଆଲୋଚନା
Prev Post
Next Post