ଭାରତୀୟ ହକି ଦଳ ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ବିଜୟ ଦିଗରେ ଆଗକୁ ବଢ଼ିଛି। ସୋମବାର ସେମିଫାଇନାଲ୍ରେ ହର୍ମନପ୍ରୀତ ସଂହଙ୍କ ଏହି ଦଳ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାସ୍ତ କରିଛି। ଅଲିମ୍ପିକ୍ସ କାଂସ୍ୟ ବିଜେତା ଭାରତ ମଙ୍ଗଳବାର ଟ୍ରଫି ଲଢ଼େଇରେ ଆୟୋଜକ ଚୀନ୍କୁ ଭେଟିବ। ଚୀନ୍ ସୁଟ୍ଆଉଟ୍ରେ ୨-୦ (୧-୧) ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଦଳ ଭାବେ ଫାଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା। ଫଳରେ ଭାରତ-ପାକିସ୍ତାନ ଫାଇନାଲ୍ ସମ୍ଭାବନା ହଟିଯାଇଥିଲା। ଭାରତ ପୁଣି ନିଜର ଚମତ୍କାର ପ୍ରଦର୍ଶନ ଦେଖାଇ ପ୍ରଥମାର୍ଦ୍ଧକୁ ନିଜ ପକ୍ଷରେ ରଖିଥିଲା। ତ୍ରୟୋଦଶ ମିନିଟ୍ରେ ଉତ୍ତମ ସିଂହଙ୍କ ଫିଲ୍ଡ ଗୋଲ୍ରେ ଭାରତ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲା। ଏହାପରେ ଦଳକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ଗୋଲ୍ରେ ପରିଣତ କରି ଅଧିନାୟକ ହର୍ମନପ୍ରୀତ (୧୯ ମିନିଟ୍) ସ୍ଥିତି ୨-୦ କରିଥିଲେ। ଦ୍ବିତୀୟାର୍ଦ୍ଧର ଆରମ୍ଭରୁ ଜର୍ମାନପ୍ରୀତ ସିଂହ (୩୨ ମିନିଟ୍) ଫିଲ୍ଡ ଗୋଲ୍ ଦେଇ ଭାରତକୁ ୩-୦ରେ ଆଗୁଆ ରଖିଥିଲେ। ଏହା ପର ମିନିଟ୍ରେ ପେନାଲ୍ଟି କର୍ଣ୍ଣରରୁ ଦକ୍ଷିଣ କୋରିଆର ୟାଙ୍ଗ ଜିହୁଁ (୩୩ ମିନିଟ୍) ଗୋଟିଏ ଗୋଲ୍ ଶୁଝି ଦେଇଥିଲେ। ୪୫ତମ ମିନିଟ୍ରେ ଆଉ ଏକ ପେନାଲ୍ଟି କର୍ଣ୍ଣରକୁ ହର୍ମନପ୍ରୀତ ଗୋଲ୍ କରିବା ସହ ବ୍ୟକ୍ତିଗତ ଦ୍ବିତୀୟ ସଫଳତା ପାଇ ଦଳକୁ ୪-୧ରେ ବିଜୟ ଭେଟି ଦେଇଥିଲେ। ଜର୍ମାନପ୍ରୀତ ସିଂହ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଛନ୍ତି।ଏଥି ସହିତ ୧୧ ବର୍ଷ ଧରି ଭାରତକୁ ପରାସ୍ତ କରି ନଥିବା କୋରିଆର ପରାଜୟ ଧାରା ଜାରି ରହିଥିଲା। ଶେଷ ଥର ଲାଗି କୋରିଆ ୨୦୧୩ ଏସିଆ କପ୍ରେ ଭାରତକୁ ୪-୩ରେ ପରାସ୍ତ କରିଥିଲା। ଭାରତ ଲିଗ୍ ପର୍ଯ୍ୟାୟରେ ଚୀନ୍କୁ ୩-୦, ଜାପାନକୁ ୫-୧, ମାଲେସିଆକୁ ୮-୧, କୋରିଆକୁ ୩-୧ ଏବଂ ପାକିସ୍ତାନକୁ ୨-୧ରେ ପରାସ୍ତ କରି ସେମିଫଇନାଲ୍ ସ୍ଥାନ ନିଶ୍ଚିତ କରିଥିଲା।
Trending
- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକିଲେ ବିଧାୟକ ଦଳ ବୈଠକ
- ସରିଲା ମାଟ୍ରିକ୍ ପରୀକ୍ଷା, ମେ ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ବାହାରିବା ମାଟ୍ରିକ୍ ରେଜଲ୍ଟ
- ପଶ୍ଚିମ ଏସିଆରେ ଉତ୍ତେଜନା ଓ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ଦେଖି ଟେନସନରେ ଭାରତ,ଭାରତୀୟଙ୍କୁ ସୁରକ୍ଷା ଦବା କଥା କହିଲେ ପ୍ରଧାନମନ୍ତ୍ରୀ ମୋଦୀ
- ଆମେରିକା ଦୂତାବାସ ସମ୍ପତ୍ତି ଭଙ୍ଗାରୁଜା କଲେ ପ୍ରଦର୍ଶନକାରୀ,୧୨ ମୃତ ୬୦ରୁ ଅଧିକ ଆହତ
- ଦଳରୁ ବହିଷ୍କାର ପରେ ଅସନ୍ତୋଷ ଜାହିର କରିଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ
- ରାଜଧାନୀରେ ୟୁଟ୍ୟୁବର ହତ୍ୟା ମାମଲାରେ ଜଣେ ଯବାନଙ୍କ ସହ ୩ ଜଣଙ୍କୁ ଗିରଫ କଲା କମିଶନରେଟ୍ ପୁଲିସ୍
- ଏୟାରଷ୍ଟ୍ରାଇକରେ ଇରାନର ସର୍ବୋଚ୍ଚ ନେତା ଖେମିନି ନିହତ
- ରାଜଧାନୀରେ ୟୁଟ୍ୟୁବ ବ୍ଲଗରଙ୍କୁ ହାଣି ହାଣି ହତ୍ୟା
- ବିଜେପିରୁ ଆସିଲା ବଡ଼ ଖବର: ରାଜ୍ୟସଭା ଯିବେ ମନମୋହନ ସାମଲ!
- ବିଶୃଙ୍ଖଳା ଏବଂ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଦଳରୁ ବିଦା ହେଲେ ପ୍ରଭାତ ବିଶ୍ୱାଳ
Prev Post
Next Post