ଆସନ୍ତାକାଲି ଏସିଆ କପର ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଫାଇନାଲ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ଲେଇଙ୍ଗ-୧୧ ଜୋରଦାର ଅଭ୍ୟାସ ଜାରି ରଖିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଅଚାନକ ଦଳର ଜଣେ ଭଲ ଖେଳାଳି ଆହତ ହୋଇଛନ୍ତି । ସୂଚନା ମୁତାବକ, ଫାଇନାଲ ମ୍ୟାଚ ପୂର୍ବରୁ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଅଚାନକ ଆହତ ହୋଇଛନ୍ତି । ତେଣୁ ଆହତ ଜନିତ କାରଣରୁ ଅକ୍ଷରଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ୨୩ ବର୍ଷୀୟ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ସୁନ୍ଦର ଶେଷ ଥର ପାଇଁ ଗତ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଖେଳିଥିଲେ । ଗତକାଲି ସମାପ୍ତ ହୋଇଥିବା ଏସିଆ କପର ସୁପର-୪ର ଶେଷ ମ୍ୟାଚରେ ଅକ୍ଷର ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୬୫ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ସଂଘର୍ଷ କରି ମାତ୍ର ୬ ରନରେ ପରାସ୍ତ ହୋଇଥିଲା । ଭାରତର ପରିସ୍ଥିତି ସଙ୍କଟଜନକ ରହିଥିବା ବେଳେ ଅକ୍ଷର ୩୪ ବଲରୁ ୪୨ ରନ ସଂଗ୍ରହ କରିବା ସହିତ ଗୋଟିଏ ୱିକେଟ ହାସଲ କରିଥିଲେ । ଶେଷ ମୁହୂର୍ତ୍ତରେ ଅକ୍ଷରଙ୍କ ବ୍ୟାଟିଂ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା ।
Trending
- ପୁରୀ ହେବ ‘ପୁରୀ ମହାନଗର ନିଗମ’ – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଉଚ୍ଚ ଅଦାଲତକୁ ଗଲେ ଜଗା ପ୍ରଧାନ
- ଭୋଟର ତାଲିକାରୁ ବାଦ ପଡ଼ିପାରନ୍ତି 2 କୋଟି ଭୋଟର
- 6 ତାରିଖ ପ୍ରଥମ ବନ୍ୟାଜଳ ଛାଡ଼ିବ ହିରାକୁଦ
- ଜେଲ ଗଲେ ଜଗାପ୍ରଧାନ
- ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହେବା ଆନ୍ଦୋଳନରୁ ଓହରିଲା ଓଏଏସ ସଂଘ
- ବିଏମସି ଅତିରିକ୍ତ କମିଶନର ଆକ୍ରମଣ ଘଟଣା : ଗିରଫ ହେଲେ ଜଗା ପ୍ରଧାନ
- ଜୁଲାଇ ୨୧ରୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ
- ଆଜିଠୁ ୮ ଦିନିଆ ବିଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
- ବାଣ କାରଖାନାରେ ବିସ୍ଫୋରଣ, ୮ ମୃତ
Prev Post
Next Post