ଆସନ୍ତାକାଲି ଏସିଆ କପର ଫାଇନାଲ ମ୍ୟାଚରେ ଭାରତ-ଶ୍ରୀଲଙ୍କା ମୁହାଁମୁହିଁ ହେବେ । ଫାଇନାଲ ପୂର୍ବରୁ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ଲେଇଙ୍ଗ-୧୧ ଜୋରଦାର ଅଭ୍ୟାସ ଜାରି ରଖିଛି । ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ଟିମ୍ ଇଣ୍ଡିଆକୁ ଲାଗିଛି ଏକ ବଡ଼ ଝଟକା । ଅଚାନକ ଦଳର ଜଣେ ଭଲ ଖେଳାଳି ଆହତ ହୋଇଛନ୍ତି । ସୂଚନା ମୁତାବକ, ଫାଇନାଲ ମ୍ୟାଚ ପୂର୍ବରୁ ଦଳର ଅଲରାଉଣ୍ଡର ଅକ୍ଷର ପଟେଲ ଅଚାନକ ଆହତ ହୋଇଛନ୍ତି । ତେଣୁ ଆହତ ଜନିତ କାରଣରୁ ଅକ୍ଷରଙ୍କୁ ଫାଇନାଲରୁ ବାଦ୍ ଦିଆଯାଇଛି । ତାଙ୍କ ସ୍ଥାନରେ ୨୩ ବର୍ଷୀୟ ଯୁବ ଅଲରାଉଣ୍ଡର ୱାଶିଂଟନ ସୁନ୍ଦରଙ୍କୁ ଦଳରେ ସ୍ଥାନ ମିଳିଛି । ସୁନ୍ଦର ଶେଷ ଥର ପାଇଁ ଗତ ଜାନୁଆରୀ ମାସରେ ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ ଖେଳିଥିଲେ । ଗତକାଲି ସମାପ୍ତ ହୋଇଥିବା ଏସିଆ କପର ସୁପର-୪ର ଶେଷ ମ୍ୟାଚରେ ଅକ୍ଷର ଉଚ୍ଚକୋଟୀର ପ୍ରଦର୍ଶନ କରିଥିଲେ । ବାଂଲାଦେଶ ପ୍ରଥମେ ବ୍ୟାଟିଂ କରି ୮ ୱିକେଟରେ ୨୬୫ ରନ୍ ସଂଗ୍ରହ କରିଥିବା ବେଳେ ଭାରତ ସଂଘର୍ଷ କରି ମାତ୍ର ୬ ରନରେ ପରାସ୍ତ ହୋଇଥିଲା । ଭାରତର ପରିସ୍ଥିତି ସଙ୍କଟଜନକ ରହିଥିବା ବେଳେ ଅକ୍ଷର ୩୪ ବଲରୁ ୪୨ ରନ ସଂଗ୍ରହ କରିବା ସହିତ ଗୋଟିଏ ୱିକେଟ ହାସଲ କରିଥିଲେ । ଶେଷ ମୁହୂର୍ତ୍ତରେ ଅକ୍ଷରଙ୍କ ବ୍ୟାଟିଂ ସମସ୍ତଙ୍କୁ ବିସ୍ମିତ କରିଦେଇଥିଲା ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post