ଦୁଲୀପ୍ ଟ୍ରଫିରେ ଖେଳିବେନି ଗିଲ

ଟିମ୍ ଇଣ୍ଡିଆର ଟେଷ୍ଟ ଦଳର ଅଧିନାୟକ ଶୁବମନ ଗିଲ ବର୍ତ୍ତମାନ ଅସୁସ୍ଥ ଅଛନ୍ତି। ଏହି କାରଣରୁ ସେ ୨୮ ଅଗଷ୍ଟରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ବେଙ୍ଗାଲୁରୁର ସେଣ୍ଟର ଅଫ୍ ଏକ୍ସେଲେନ୍ସ (COE)ରେ ଅନୁଷ୍ଠିତ ହେବାକୁ ଥିବା ଦୁଲୀପ୍ ଟ୍ରଫିରେ ଅଂଶଗ୍ରହଣ କରିପାରିବେ ନାହିଁ। ଏହି ଟୁର୍ଣ୍ଣାମେଣ୍ଟରେ ଶୁବମନ ଗିଲ୍ ଉତ୍ତର ଜୋନ୍ ଅଧିନାୟକ ହେବାକୁ ଯାଉଥିଲେ। ତଥାପି ଗିଲ୍ କେବଳ ଉଦଘାଟନୀ ମ୍ୟାଚ୍ ଖେଳିପାରିଥାନ୍ତେ କାରଣ ତାଙ୍କୁ ଏସିଆ କପ୍ ପାଇଁ ଟିମ୍ ଇଣ୍ଡିଆ ସହିତ UAE ଯିବାକୁ ପଡିବ। ଏସିଆ କପ୍ ସେପ୍ଟେମ୍ବର ୯ ରୁ ଆରମ୍ଭ ହେଉଛି। ରିପୋର୍ଟ ଅନୁସାରେ ବିସିସିଆଇ ଫିଜିଓ ଶୁଭମନ ଗିଲଙ୍କୁ ଦୁଲୀପ ଟ୍ରଫିରେ ନଖେଳିବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି। ତଥାପି ଏ ବିଷୟରେ ଏପର୍ଯ୍ୟନ୍ତ କୌଣସି ସରକାରୀ ବୟାନ ଆସିନାହିଁ।

Leave a comment