ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍‌

ଟେଷ୍ଟ ସିରିଜ ଜିତିବା ପାଇଁ ଭାରତକୁ ଆବଶ୍ୟକ ରହିଛି ୮ୱିକେଟ୍‌

ମେଟ୍ରୋ ଟିଭି ଓଡିଶା,୧୪/୧: ରୋମାଞ୍ଚକର ରହିଛି କେପ୍ଟାଉନ ଟେଷ୍ଟ ମ୍ୟାଚ । ଏବେ ଘରୋଇ ଦଳ କବଜରେ ରହିଛି ମ୍ୟାଚ । ରିଷଭ ପନ୍ତଙ୍କ ଶତକ ପରେ ବିଦକ୍ଷିଣ ଆଫ୍ରିକା ଆଗରେ ଅଛି । ୨୧୨ ରନ୍ ପିଛା କରୁଥିବା ଦକ୍ଷିଣଆଫ୍ରିକା ଦଳ ୨ ଓ୍ଵିକେଟ୍ ହରାଇ ୧୦୧ ରନ୍ କରିଛି । ସିରିଜ ଜିତିବା ପାଇଁ ଦକ୍ଷିଣ ଆଫ୍ରିକାକୁ ୧୧୧ ଆବଶ୍ୟକ ଥିବାବେଳେ ଭାରତକୁ ଜିତିବା ପାଇଁ ଆବଶ୍ୟକ ରହିଛି ୮ ଓ୍ଵିକେଟ୍ । ଷ୍ଟମ୍ପ ଅପସାରଣ ବେଳକୁ କୀଗାନ୍ ପିଟରସନ୍ ୪୮ ରନ୍ କରି ଅପରାଜିତ ଅଛନ୍ତି । ଭାରତ ପକ୍ଷରୁ ବୁମରା ଓ ସାମୀ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ଦ୍ୱିତୀୟ ଇନିଂସରେ ମାତ୍ର ୧୯୮ ରନରେ ଅଲଆଉଟ ହୋଇଥିଲା । ପୁଣି ଫେଲ ମାରିଥିଲା ଭାରତୀୟ ବ୍ୟାଟିଂ ଅର୍ଡର । ତେବେ ଶତକ ସହ ଦଳର ସମ୍ମାନ ରକ୍ଷା କରିଛନ୍ତି ରିଷଭ ପନ୍ତ ।

୧୩୯ ବଲରେ ଛଅ ଚୌକା ଏବଂ ୪ଟି ଛକା ସହ ଅପରାଜିତ ୧୦୦ ରନ କରିଛନ୍ତି । ବିରାଟ କୋହଲି ୨୯ ଓ କେଏଲ ରାହୁଲ ୧୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ମାର୍କୋ ଜାନସେନ୍ ୪ଟି ୱିକେଟ୍ ନେଇଥିବା ବେଳେ କାଗିସୋ ରବାଡା ଓ ଏନଗିଡି ୩ଟି ଲେଖାଏ ୱିକେଟ୍ ହାସଲ କରିଛନ୍ତି । କେପ୍ଟାଉନ୍ ଟେଷ୍ଟର ଫଳାଫଳ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ । ମ୍ୟାଚ ଡ୍ର ରହିଲେ ସିରିଜ ଅମିମାଂସିତ ରହିବ । ଏବେ ସିରିଜ ୧-୧ରେ ବରାବର ଅଛି ।