ଟି-୨୦ ସିରିଜ ପାଇଁ ଭାରତୀୟ ଟିମ୍

ଆଫଗାନିସ୍ତାନ ବିପକ୍ଷରେ ଟି-୨୦ ସିରିଜ ଖେଳିବ ଭାରତ। ୩ ମ୍ୟାଚ ବିଶିଷ୍ଟ ଏହି ସିରିଜ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ କେବେ ଘୋଷଣା ହେବ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ତେବେ ଦଳରେ କେଉଁମାନେ ସ୍ଥାନ ପାଇବେ ତାହା ବେଶ ଗୁରୁତ୍ବବହନ କରୁଛି । ୨୦୨୪ରେ ଟି-୨୦ ବିଶ୍ବକପ ଅନୁଷ୍ଠିତ ହେବାକୁଥିବାବେଳେ ଏହା ଶେଷ ଟି-୨୦ ସିରିଜ । ଏଣୁ ବିଶ୍ବକପ ପାଇଁ ଖେଳାଳିଙ୍କ ପ୍ରଦର୍ଶନ ବେଶ ଗୁରୁତ୍ବବହନ କରୁଛି । ଏହି ସିରିଜ ପରେ ଆଇପିଏଲ ଖେଳିବେ ଭାରତୀୟ ଖେଳାଳି । ଏଣୁ ଆଇପିଏଲ ସାଙ୍ଗକୁ ଏହି ଟି-୨୦ ସିରିଜ ବେଶ ଗୁଚରୁତ୍ବବହନ କରୁଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଋତୁରାଜ ଗାଏକ୍ବାଡ ଆହତ ରହିଥିବାବେଳେ ଏହି ସିରିଜରେ ନଖେଳି ପାରନ୍ତି । ସେପଟେ ଜାଡେଜା ଏବଂ ବୁମରାଙ୍କୁ ଏହି ସିରିଜରେ ବିଶ୍ରାମ ଦିଆଯାଇପାରେ ।