ଇଂଲଣ୍ଡରେ ଛକା ମାରିବା ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନିଆଯାଇଛି । ସାଉଥୱିକ ଏବଂ ସୋରହେମ୍ କ୍ରିକେଟ କ୍ଲବ ବ୍ୟାଟ୍ସମ୍ୟାନଙ୍କ ଛକା ମାରିବା ଉପରେ ବ୍ୟାନ୍ ଲଗାଯାଇଛି । ଷ୍ଟାଡିୟମ ପାଖରେ ରହୁଥିବା ଦର୍ଶକମାନଙ୍କ ପ୍ରପର୍ଟି କ୍ଷତି ପରେ ହେଉଥିବା ଅଭିଯୋଗ ଯୋଗୁଁ ଏଭଳି ଏକ ନିଷ୍ପତ୍ତି ନେଇଛି ଇଂଲଣ୍ଡ କ୍ଲବ । ତେଣୁ ଏଣିକି ମ୍ୟାଚରେ ଛକା ମାରିବା ବ୍ୟାଟ୍ସମ୍ୟାନଙ୍କୁ ଆୁଟ ବୋଲି ଘୋଷଣା କରାଯିବ ।ସାଉଥୱିକ ଏବଂ ସୋରହେମ କ୍ରିକେଟ କ୍ଲବର କୋଷାଧ୍ୟକ୍ଷ ମାର୍କ ବ୍ରୋକ୍ସଅପ୍ ‘ଛକା ମାରିବା’ ଉପରେ ପ୍ରତିବନ୍ଧକ ନେଇ ସୂଚନା ଦେଇଛି । ଇନ୍ସୁରାନ୍ସ କ୍ଲେମ ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନରୁ ହେଉଥିବା ଆର୍ଥିକ କ୍ଷତିରୁ ମୁକ୍ତି ପାଇବା ପାଇଁ ଏହି ନିୟମ ଲାଗୁ ହୋଇଛି । ଷ୍ଟାଡିୟମ ନିକଟରେ ରହୁଥିବା ଲୋକଙ୍କ ଗାଡ଼ି ଏବଂ ଘର ସମ୍ପତ୍ତି ଇତ୍ୟାଦି ନଷ୍ଟ ହେଉଛି । ଏହାକୁ ନେଇ ଅଭିଯୋଗ ଦାୟର କରାଯାଇଥିଲା । ତେଣୁ ଏହି ଟେନସନରୁ ମୁକ୍ତି ପାଇବା ପାଇଁ ଏହି ପଦକ୍ଷେପ ନେଇଛି ଇଂଲଣ୍ଡ କ୍ଲବ ।ବ୍ରୋକ୍ସଅପ୍ କହିଛନ୍ତି ଯେ, ପ୍ରଥମେ କ୍ରିକେଟ ଖୁବ ଶାନ୍ତ ମାହୋଲରେ ଖେଳା ଯାଉଥିଲା । କିନ୍ତୁ ଟି-୨୦ ଏବଂ ଦିନିକିଆ ଆରମ୍ଭ ହେବା ପରେ ଖେଳରେ ଆକ୍ରମକତା ଦେଖିବାକୁ ମିଳିଛି । ଏଥିପାଇଁ ଷ୍ଟାଡିୟମ ଆଖପାଖରେ ରହୁଥିବା ଲୋକଙ୍କ ସମ୍ପତ୍ତି ମଧ୍ୟ ନଷ୍ଟ ହେଉଛି । ଏ ନେଇ ଜଣେ ୮୦ ବର୍ଷୀୟ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ବର୍ତ୍ତମାନର ବ୍ୟାଟ୍ସମ୍ୟାନ୍ ଖୁବ ବଡ଼ ବଡ଼ ଶଟ୍ ଖେଳୁଛନ୍ତି । ଫଳରେ ଷ୍ଟାଡିୟମ ମଧ୍ୟ ଛୋଟ ମନେ ହେଉଛି ।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post