ଇତିହାସ ରଚିଲେ ହରିବନ୍ଦର ସିଂ
ପ୍ୟାରିସ ପାରା ଅଲିମ୍ପିକ୍ସରେ ତୀରନ୍ଦାଜରେ ଭାରତକୁ ପ୍ରଥମ ସ୍ବର୍ଣ୍ଣ । ଦେଶ ପାଇଁ ଗୌରବ ସହ ଇତିହାସ ରଚିଲେ ହରିବନ୍ଦର ସିଂ ।ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତାୟ ଭାବେ ନିଜ ନାଁରେ ରେକର୍ଡ କରିଛନ୍ତି ହରବିନ୍ଦର ପୁରୁଷ ବିଭାଗ ବ୍ୟକ୍ତିଗତ ରିକର୍ଭ ଓପନ ଫାଇନାଲ ମ୍ୟାଚରେ ସେ ପୋଲାଣ୍ଡ ପ୍ରତିଯୋଗୀଙ୍କୁ ୬-୦ରେ ହରାଇଥିଲେ। ହରବିନ୍ଦରଙ୍କ ଏହି ସଫଳତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ ପ୍ରମୁଖ ତାଙ୍କୁ ବଧାଇ ଜଣାଇଛନ୍ତି। ପୁରୁଷ ସଟପୁଟରେ ରୌପ୍ୟ ଜିତିଛନ୍ତି ସଚିନ ସର୍ଜେରାଓ ଖିଲାରୀ। ସେହିଭଳି କ୍ଲବ୍ ଥ୍ରୋରେ ମଧ୍ୟ ଭାରତକୁ ଧରମବୀର ଓ ସୁରମା ପ୍ରଣବ ଯୋଡ଼ି ସ୍ବର୍ଣ୍ଣ ଓ ରୌପ୍ୟ ପ୍ରଦାନ କରିଥିବାରୁ ପ୍ୟାରିସ ପାରା ଅଲିମ୍ପିକସରେ ଭାରତ ୫ ସ୍ବର୍ଣ୍ଣ ସହ ମୋଟ ୨୪ ପଦକ ହାସଲ କରିଛି।