ଆଜି ଭାରତ-ନ୍ୟୁଜିଲାଣ୍ଡ ଟକ୍କର
ଚଳିତ ବିଶ୍ବକପ୍ ରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଲଢ଼େଇ ହେବ । ଉଭୟ ଦଳ ସମସ୍ତ ୪ଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଉଭୟ ଦଳ ଟପ୍ ଫର୍ମରେ ଅଛନ୍ତି । ବିଶ୍ବକପ୍ ଇତିହାସକୁ ଦେଖିଲେ ନ୍ୟୁଜିଲାଣ୍ଡର ପଲା ଭାରି ଲାଗୁଛି । ଦୁଇ ଦଳ ୯ ଥର ମୁହାଁମୁହିଁ ହୋଇଥଇବା ବେଳେ ୫ ଥର ନୃୁଜିଲାଣ୍ଡ ବାଜି ମାରିଛି । ଭାରତ ମାତ୍ର ୩ ଥର ଜିତି ଥିବା ବେଳେ ଗୋଟିଏ ମ୍ୟାଚ ବାତିଲ ହୋଇଥିଲା । ଶେଷ ଥର ୨୦୧୯ ବିଶ୍ବକପ୍ ସେମି ଫାଇନାଲରେ ଭାରତକୁ ହରାଇ ବାହାରର ବାଟ ଦେଖାଇଥିଲା ନ୍ୟୁଜିଲାଣ୍ଡ । କେବଳ ବିଶ୍ବକପ ନୁହେଁ, ଆଇସିସି ଇଭେଣ୍ଟଗୁଡ଼ିକରେ ଭାରତକୁ ହରାଇବାରେ ମଧ୍ୟ ନ୍ୟୁଜିଲାଣ୍ଡ ଆଗରେ । ୨୦୦୦ ଆଇସିସି ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ଓ ୨୦୨୧ ଆଇସିସି ଟେଷ୍ଟ ଚାମ୍ପିଅନ୍ସିପ୍ ଫାଇନାଲରେ ଭାରତକୁ କିୱି ଦଳ ପରାସ୍ତ କରିଥିଲା । ଏପରିକି ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପରେ ଭାରତ ଏ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡଠାରୁ ଗୋଟିଏ ବି ମ୍ୟାଚ୍ ଜିତି ପାରିନି । ନ୍ୟୁଜିଲାଣ୍ଡ ୩-୦ରେ ୨୦୦୭, ୨୦୧୬, ୨୦୨୨ ଆଗୁଆ ହୋଇ ଅପରାଜିତ ରହିଛି ।