ଏସିଆ କପ୍ ପରେ ଭାରତୀୟ ଟିମ୍ ଆଗାମୀ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟ ମ୍ୟାଚ୍ରେ ଆହତ ହୋଇଥିଲେ ସେ। ଏଥିଲାଗି ସେ ଏସିଆ କପ୍ରୁ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା।ତେବେ ଏସିଆ କପ୍ ଟୁର୍ନାମେଣ୍ଟ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କୁ ନେଇ କହିଛନ୍ତି ଯେ, ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ଠିକ୍ ହୋଇଯିବେ ବୋଲି ଭାବୁଛୁ। ହେଲେ ମୋତେ ତାହା ଜଣାନାହିଁ। ତାଙ୍କ ଆଘାତ କିଭଳି ଅଛି ତାକୁ ଦେଖିବାକୁ ହେବ। ଏଭଳି ମାମଲାରେ କିଛି ଲୋକ ଶୀଘ୍ର ସୁସ୍ଥ ହୋଇଯାଆନ୍ତି। ଅକ୍ଷର ମଧ୍ୟ ସେଭଳି ସୁସ୍ଥ ହୋଇଯିବେ ବୋଲି ଭାବୁଛୁ। ଏଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍ ଖେଳିବା ଭଳି ଲାଗୁନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ
Prev Post
Next Post