ବାବରଙ୍କ ବେଳା ଖରାପ, ଆଉ ଫେରିବେ କି ନାହିଁ ସନ୍ଦେହ
ମୁଲତାନ: ବର୍ଷ ହେଲା ବାବରଙ୍କୁ ନେଇ ଚର୍ଚା ହେଉଛି । ସେ ଟେଷ୍ଟରେ ଗୋଟିଏ ଅର୍ଧଶତକ କି ଶତକ କରିପାରୁନାହାଁନ୍ତି । ଫର୍ମ ନଥିବାରୁ ତାଙ୍କୁ ଦ୍ବିତୀୟ ଟେଷ୍ଟରୁ ବିଦା କରାଯାଇଛି । ଏହାରି ଭିତରେ ତାଙ୍କ ସ୍ଥାନରେ ନିଆଯାଇଥିବା ଖେଳାଳି ପ୍ରଥମ ଟେଷ୍ଟରେ ଶତକ କରି ବାବରଙ୍କ ରାସ୍ତାରେ କଣ୍ଟା ହୋଇଛନ୍ତି ।
ପ୍ରଥମ ଟେଷ୍ଟ୍ରେ ଇଂଲଣ୍ଡଠାରୁ ଅପ୍ରତ୍ୟାଶିତ ତଥା ଲଜ୍ଜାଜନକ ପରାଜୟ ବରଣ କରିଥିବା ପାକିସ୍ତାନ ଦ୍ବିତୀୟ ଟେଷ୍ଟ୍ର ପ୍ରଥମ ଦିନରେ ଅପେକ୍ଷାକୃତ ଭଲ ବ୍ୟାଟିଂ କରିଛି। ବିଶେଷ କରି ତାରକା ଖେଳାଳି ବାବର ଆଜମଙ୍କ ସ୍ଥାନ ନେଇଥିବା ୨୯ ବର୍ଷୀୟ କାମରନ ଗୁଲାମ ଶତକୀୟ ୧୧୮ ପାଳି ଖେଳି ବାବରଙ୍କ ପାଇଁ ଚ୍ୟାଲେଂଜ ହୋଇଛନ୍ତି ।
ଟେଷ୍ଟ୍ ପଦାର୍ପଣରେ ଶତକ ଅର୍ଜନ କରିବାରେ ଅବିଦ ଅଲ୍ଲୀ (୩୨ ବର୍ଷ)ଙ୍କ ପରେ ପାକିସ୍ତାନର ଦ୍ବିତୀୟ ବୟୋଜ୍ୟେଷ୍ଠ ଖେଳାଳି ହୋଇଛନ୍ତି। ସେହିଭଳି ଚତୁର୍ଥ ସ୍ଥାନରେ ବ୍ୟାଟିଂ କରି ସଲିମ ମଲିକ (୧୯୮୨ ବନାମ ଶ୍ରୀଲଙ୍କା)ଙ୍କ ପରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ଦ୍ବିତୀୟ ପାକିସ୍ତାନୀ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି। କାମରନଙ୍କ ସଫଳତା ପରେ କିନ୍ତୁ ଗତ ଦୁଇ ବର୍ଷ ହେବ ଅର୍ଦ୍ଧଶତକ ବି ଛୁଇଁ ନଥିବା ବାବର ଭୀଷଣ ଟ୍ରୋଲ୍ର ଶିକାର ହେଉଛନ୍ତି । ସୋସିଆଲ ମିଡିଆରେ ଚାରିଆଡୁ ଗାଳି ଶୁଣୁଛନ୍ତି ବାବର ।