ଆଜି ପ୍ରଥମ ଟ୍ବେଣ୍ଟି-୨୦
ତରୌବା: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ ଆଜିଠୁ ଖେଳିବ ଭାରତୀୟ ଦଳ। ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ମୁକେଶ କୁମାରଙ୍କ ଭଳି ନବାଗତଙ୍କ ଉପରେ ଅଧିକ ନଜର ରହିବ। ରବି ବିଷ୍ଣୋଇ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଦୀର୍ଘ ସମୟ ଧରି ବେଞ୍ଚରେ ବସିଆସୁଥିବା ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଏହି ଦଳରେ ଅଛନ୍ତି।ତରୌବାର ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପରେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଗାଏନାରେ ଏବଂ ଶେଷ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡ଼ାରେ ଅନୁଷ୍ଠିତ ହେବ। ଯୁବ କ୍ରିକେଟରଙ୍କୁ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି କୁହାଯାଉଛି। ଭାରତୀୟ ଦଳ: ଈଶାନ କିଶନ, ଶୁଭମନ ଗିଲ୍, ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ୍, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଅକ୍ଷର ପଟେଲ୍, ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ, ଆୱେସ ଖାନ୍, ମୁକେଶ କୁମାର।