ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ

ତୃତୀୟ ଦିନିକିଆରେ ନ୍ୟୁଜିଲାଣ୍ଡକୁ ୯୦ ରନରେ ହରାଇ ଦେଇଛି ଟିମ୍ ଇଣ୍ଡିଆ । ଏହା ୩-୦ରେ କ୍ଲିନ୍ ସୁଇପ୍ କରି ସିରିଜ ବିଜୟ ହାସଲ କରିଛି ଘରୋଇ ଦଳ । ବିଜୟ ସହ ବିଶ୍ୱ ଦିନିକିଆ କ୍ରିକେଟରେ ଏକ ନମ୍ବର ସ୍ଥାନ ଅଧିକାର କରିଛି ଭାରତ । ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳା ଯାଉଥିବା ତୃତୀୟ ଦିନିକିଆରେ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡର ଗେମ୍ ପ୍ଲାନକୁ ଭୁଲ ପ୍ରମାଣିତ କରି ଦେଇଥିଲେ ଭାରତର ଦୁଇ ଓପନର୍ ରୋହିତ ଶର୍ମା ଓ ଶୁଭମନ୍ ଗିଲ୍ । ଦୁହିଁଙ୍କ ମଧ୍ୟରେ ୨୧୨ ରନ୍ର ପାର୍ଟନର୍ସିପ୍ ନ୍ୟୁଜିଲାଣ୍ଡକୁ ବ୍ୟାକ୍ଫୁଟକୁ ନେଇ ଯାଇଥିଲା । କୌଣସି ବୋଲର୍ ପ୍ରଭାବ ପକାଇ ପାରି ନଥିଲେ । ୨୭ ନମ୍ବର ଓଭରରେ ପ୍ରଥମ ୱିକେଟ ହାସଲ କରିଥିଲା ନ୍ୟୁଜିଲାଣ୍ଡ ।