ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ଆଗାମୀ ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ବିସିସିଆଇ ଘୋଷଣା କରିଛି ଭାରତୀୟ ଦଳ । କେ.ଏଲ୍ ରାହୁଲ (ଅଧିନାୟକ), ରବୀନ୍ଦ୍ର ଜାଡେଜା (ଉପଅଧିନାୟକ), ଶୁବମନ ଗିଲ, ୠତୁରାଜ ଗାଏକ୍ୱାଡ଼, ଶ୍ରେୟଶ ଆୟର, ସୂର୍ଯ୍ୟ କୁମାର ଯାଦବ, ତିଲକ ବର୍ମା, ଇଶାନ କିଶାନ, ଶାର୍ଦ୍ଦୁଲ ଠାକୁର, ଓ୍ଵାଶିଂଟନ୍ ସୁନ୍ଦର, ରବିଚନ୍ଦ୍ର ଅଶ୍ୱିନ୍, ଯଶପ୍ରୀତ ବୁମରା, ମହମ୍ମଦ ସାମି, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ।ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ କେଏଲ୍ ରାହୁଲ ଅଧିନାୟକ ଦାୟିତ୍ୱ ତୁଲାଇବେ । ପୁଣି ବଡ଼ ଖବର ହେଉଛି ଦଳକୁ ଫେରିଛନ୍ତି ଭେଟେରାନ୍ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ । ରୋହିତଙ୍କ ସମେତ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମଧ୍ୟ ବିଶ୍ରାମ ଦିଆଯାଇଛି । ଆସନ୍ତା ୨୨ ତାରିଖରୁ ଏହି ସିରିଜ୍ ଆରମ୍ଭ ହେବ । ଯାହା ବିଶ୍ୱ କପ୍ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଶେଷ ଦିନିକିଆ ସିରିଜ୍ ।