ପ୍ରଥମ ଟେଷ୍ଟ ଜିତିଲା ଦକ୍ଷିଣ ଆଫ୍ରିକା
ସେଞ୍ଚୁରିଅନଠାରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତକୁ ଇନିଂସ ଓ ୩୨ ରନରେ ହରାଇ ଦେଇଛି ଦକ୍ଷିଣ ଆଫ୍ରିକା । ଏହା ସହିତ ଦକ୍ଷିଣ-ଆଫ୍ରିକା ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଯାଇଛି । ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଇନିଂସ ଏବଂ ୩୨ ରନ୍ରେ ବିଜୟୀ ହୋଇ ପୁଣି ପୁରୁରା ରେକର୍ଡର ସମକକ୍ଷ ହେବାକୁ ଯାଉଛି । ଦକ୍ଷିଣ-ଆଫ୍ରିକା ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଫଳରେ ଭାରତ ଦକ୍ଷିଣ ଆଫ୍ରିକା ମାଟିରେ ଟେଷ୍ଟ ସିରିଜ ଜିତିବା ସ୍ବପ୍ନ ଭାଙ୍ଗିଯାଇଛି। ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପ୍ରଥମ ଇନିଂସରେ ୨୪୫ ରନ୍ କରି ଅଲ୍ଆଉଟ ହୋଇଯାଇଥିଲା। କେବଳ କେଏଲ ରାହୁଲଙ୍କୁ ଛାଡିଦେଲେ ଅନ୍ୟ ବ୍ୟାଟସମ୍ୟାନ ସେଭଳି କିଛି ଭଲ ଖେଳିପାରିନଥିଲେ । ଗୁରୁବାର ମ୍ୟାଚର ତୃତୀୟ ଦିନରେ ଦକ୍ଷିଣ ଆଫ୍ରିକାର ପ୍ରଥମ ଇନିଂସ୍ରେ ୪୦୮ ରନ୍ କରିଥିଲା। ଫଳରେ ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକା ୧୬୩ ରନ୍ରେ ଆଗୁଆ ରହିଥିଲା। ଦ୍ୱିତୀୟ ଇନିଂସରେ ଭାରତ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରି ନ ଥିଲେ। ଯଶସ୍ବୀ ଜୟସ୍ବାଲ ୫ ରନ୍ କରି ଆଉଟ୍ ହୋଇଥିଲେ। ଶୁବମନ ଗିଲ୍ ଏବଂ ବିରାଟ କୋହଲି କିଛି ସମୟ କ୍ରିଜ୍ରେ ରହିଥିଲେ। ଗିଲ୍ ୨୬ ରନ୍ କରି ଆଉଟ ହେବା ପରେ ବିରାଟ ଏକାକୀ ମୁକାବିଲା କରିଥିଲେ। ହେଲେ ଅନ୍ୟ ବ୍ୟାଟର ଦୁଇଅଙ୍କ ଛୁଇଁପାରି ନ ଥିଲେ। ବିରାଟ ୭୬ ରନ୍ କରିଥିଲେ। ଫଳରେ ଭାରତ ଦ୍ୱିତୀୟ ଇନିଂସରେ ୧୩୧ ରନ୍ କରିବାରେ ସକ୍ଷମ ହୋଇଥିଲା। କେଏଲ୍ ରାହୁଲଙ୍କ ଶତକ ପୂର୍ବତନ ଅଧିନାୟକ ଡିନ୍ ଏଲଗାରଙ୍କ ଅପରାଜିତ ଶତକ ଆଗରେ ଫିକା ପଡିଯାଇଥିଲା । ମହମ୍ମଦ ସିରାଜ, ଯଶପ୍ରୀତ୍ ବୁମ୍ରା ଓ ପ୍ରସିଦ୍ଧ କୃଷ୍ଣ ଦକ୍ଷିଣ ଆଫ୍ରିକାର ଷ୍ଟାର ଖେଳାଳି ଏଲଗାରଙ୍କୁ କିଛି କ୍ଷତି ଘଟାଇପାରିନଥିଲେ । ପ୍ରଥମ ଟେଷ୍ଟ ଜିତାଇବାରେ ବୋଲରମାନେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।