ସଂଜୁ ସାମସନଙ୍କ ଶତକ, ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ଲକ୍ଷ୍ୟ
ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କଠାରେ ଖେଳାଯାଉଥିବା ୩ୟ ଦିନିକିଆରେ ସଂଜୁ ସାମସନଙ୍କ ଆକର୍ଷଣୀୟ ଶତକ ବଳରେ ୨୯୬ ରନ କରିଛି ଭାରତ। ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୨୯୭ ରନର ବିଜୟ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ସତର୍କତାର ସହ ଖେଳିଥିଲେ ବି ପରେ ରନଗତି ଧୀମା ହୋଇଯାଇଥିଲା । ତେବେ କେଏଲ ରାହୁଲ ୨୧ ରନ କରି ଆଉଟ ହେବା ପରେ ସଂଜୁ ସାମସନ ଓ ତୀଳକ ବର୍ମାଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ସାମସନ ୧୧୪ ବଲରେ ୧୦୮ ରନ କରିଥିବାବେଳେ ବର୍ମା ୫୨ରନ କରିଥିଲେ । ତେବେ ଶେଷ ଓଭର ଗୁଡ଼ିକରେ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ରିଙ୍କୁ ସିଂ । ଏହି ଧୀମା ପିଚରେ ସେ ୨ ଛକା ୩ ଚୌକା ସହ ୩୮ ରନ କରିଥିଲେ । ଫଳରେ ଭାରତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୯୬ ରନ କରିଥିଲା ।