ସୁଧୁରୁଛି ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା

ଡେରାଡୁନ: ପନ୍ତଙ୍କ ପ୍ରଶଂସକଙ୍କ ପାଇଁ ଭଲ ଖବର  ।   ଧୀରେ ଧୀରେ ସୁଧୁରୁଛି ଟିମ୍ ଇଣ୍ଡିଆ ୱିକେଟ କିପର ରିଷଭ ପନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା । ରିଷଭଙ୍କୁ ଏବେ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ରିଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି । ବିସିସିଆଇ ପକ୍ଷରୁ ତାଙ୍କର ଚିକିତ୍ସା ଉପରେ ବିଶିଷ୍ଟ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ଦିଲ୍ଲୀ କୁ ସ୍ଥାନାନ୍ତରଣ କରାଯିବାର କୈାଣସି କାରଣ ଏବେ ନଥିବା ଜଣାପଡିଛି ।