ପଞ୍ଜାବକୁ ୧୪୭ ରନରେ ରୋକିଲା ରାଜସ୍ଥାନ ରୟାଲ୍ସ
ପଞ୍ଜାବ କିଙ୍ଗ୍ସକୁ ରୋମାଞ୍ଚକ ଭାବେ ଗୋଟିଏ ବଲ୍ ପୂର୍ବରୁ ୩ ୱିକେଟ୍ରେ ହରାଇଦେଇଛି ରାଜସ୍ଥାନ ରୟାଲ୍ସ। ତା’ ସହିତ ଚଳିତ ଆଇପିଏଲ୍ରେ ଷଷ୍ଠ ମ୍ୟାଚ୍ରୁ ପଞ୍ଚମ ବିଜୟ ପାଇ ପଏଣ୍ଟ୍ ତାଲିକାର ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ଆହୁରି ସୁଦୃଢ଼ କରି ନେଇଛି। ପଞ୍ଜାବ ଘରୋଇ ମାଟିରେ ୩ଟିରୁ କ୍ରମାଗତ ଦୁଇ ମ୍ୟାଚ୍ ହାରି ଚାପରେ ପଡ଼ିଛି।
ରାଜସ୍ଥାନ ରୟାଲ୍ସର ବୋଲରମାନଙ୍କ ଶାଣିତ ବୋଲିଂ। ୟୁଜି ଚହଲଙ୍କ ଠାରୁ ଆରମ୍ଭ କରି କେଶବ ମହାରାଜ ନିଜର ଦମ ଦେଖାଇଛନ୍ତି। ରାଜସ୍ଥାନ ବୋଲରଙ୍କ ଘାତକ ବୋଲିଂ ଯୋଗୁ ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ କେବଳ ୧୪୭ ରନ କରିଛି। ଶେଷ ଭାଗରେ ଆଶୁତୋଷ ଶର୍ମା ୧୬ ବଲରେ ୩୧ ରନ କରିବାରୁ ପଞ୍ଜାବ ୧୫୦ ନର ନିକଟବର୍ତ୍ତୀ ହୋଇ ପାରିଥିଲା ।
ପଞ୍ଜାବ ୧୪୭ ରନ କରିଥିବାରୁ ପଏଣ୍ଟ ଟେବୁଲର ପ୍ରଥମ ସ୍ଥାନରେ ଥିବା ରାଜସ୍ଥାନକୁ ଚଳିତ ଆଇପିଏଲରେ ୫ମ ବିଜୟ ପାଇଁ ୧୪୮ ରନର ଟାର୍ଗେଟ ମିଳିଛି। ରାଜସ୍ଥାନ ପକ୍ଷରୁ କେଶବ ମହାରାଜ ୪ ଓଭରରେ ୨୩ ରନ ଦେଇ ୨ଟି, ୟୁଜି ଚହଲ ୪ ଓଭରରେ ୩୧ ରନ ଦେଇ ଗୋଟିଏ ଓ ଆବେଶ ଖାନ ୪ ଓଭରରେ ୩୪ ରନ ଦେଇ ୨ଟି ୱିକେଟ ଦଖଲ କରିଛନ୍ତି। ଟ୍ରେଣ୍ଟ ବୋଲ୍ଟ(୪ ଓଭରରେ ୨୨) ଓ କୁଲଦୀପ ସେନ(୪ ଓଭରେ ୩୫ ରନ)ଙ୍କୁ ମଧ୍ୟ ଗୋଟିଏ ଲେଖାଏ ସଫଳତା ମିଳିଛି।