ମୋହାଲିରେ ପିବିକେଏସ-ଆରସିବି ଲଢ଼େଇ
ମୋହାଲି : ପଞ୍ଜାବ ଏବଂ ବାଙ୍ଗାଲୋର ମଧ୍ୟରେ ଚାଲିଛି ମ୍ୟାଚ । ବ୍ୟାଟିଂ କରୁଛି ବାଙ୍ଗାଲୋର । ପ୍ରଥମରୁ କୋହଲି ଏବଂ ଡୁ ଫ୍ଲେସିସି ଭଲ ବ୍ୟାଟିଂ ଆରମ୍ଭ କରିଛନ୍ତି । ପଞ୍ଜାବ ଶେଷ ମ୍ୟାଚରେ ଲକ୍ଷ୍ନୌସୁପର ଜ୍ୟାଣ୍ଟସକୁ ପରାସ୍ତ କରିଥିଲା। ସିଜିନରେ ତିନୋଟି ବିଜୟ ଏବଂ ଦୁଇଟି ପରାଜୟ ସହିତ ପଞ୍ଜାବ ଦଳ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି। ଏଥି ସହିତ ଦୁଇଟି ବିଜୟ ଏବଂ ତିନୋଟି ପରାଜୟ ପରେ ଆରସିବି ଅଷ୍ଟମ ସ୍ଥାନରେ ରହିଛି। ଆର୍ସିବି ଅଧିନାୟକ ଫାଫ ଡୁ’ପ୍ଲେସିସ ଓ ବିରାଟ କୋହଲି ଏହି ପ୍ରତିଯୋଗିତାର ଶ୍ରେଷ୍ଠ ଓପନିଂ ଯୋଡ଼ି ଭାବେ ଗଣାଯାଉଛନ୍ତି। ରାଜସ୍ଥାନ ରୟାଲ୍ସର ଓପନିଂ ଯୋଡ଼ି ଯଶସ୍ବୀ ଜୟସ୍ବାଲ ଓ ଜୋସ ବଟଲରଙ୍କ ପରେ ଏମାନେ ରହିଛନ୍ତି। ଗ୍ଲେନ ମ୍ୟାକ୍ସୱେଲ ଚତୁର୍ଥରେ ଖେଳିବାକୁ ଆସୁଥିଲା ବେଳେ ତାଙ୍କ ପଛକୁ ପଛ ଶାହବାଜ ଅହମଦ, ଦୀନେଶ କାର୍ତ୍ତିକ ଓ ସୂୟାଶ ପ୍ରଭୂଦେଶାଇଙ୍କୁ ନେଇ ଆର୍ସିବିର ବ୍ୟାଟିଂକ୍ରମ ଦୃଢ଼ ରହିଛି।ଏହାର ପଏଣ୍ଟ ୪ ରହିଛି। ଫର୍ମରେ ଥିବା ୩୭ ବର୍ଷୀୟ ଧାୱନ କାନ୍ଧ ଆଘାତ ସମସ୍ୟା ଯୋଗୁଁ ଗତ ୧୫ ତାରିଖରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚ୍ ଖେଳିପାରିନଥିଲେ। ତେବେ ସାମ୍ କରନଙ୍କ ନେତୃତ୍ବରେ ଦଳ ଏହି ମ୍ୟାଚ୍କୁ ୨ ୱିକେଟ୍ରେ ଜିତି ନେଇଥିଲା। ସାମ କରନ ଆଜି ବି ଅଧିନାୟକ ଦାୟିତ୍ୱ ସମ୍ଭାଳୁଛନ୍ତିଦଳର ଏହି ବିଜୟରେ ଜିମ୍ବାୱେ ଅଲ୍ରାଉଣ୍ଡର ସିକନ୍ଦର ରାଜା (୫୭)ଙ୍କ ବଡ଼ ଭୂମିକା ଥିଲା ବେଳେ ମାଥ୍ୟୁ ସର୍ଟ, ହରପ୍ରୀତ ସିଂହ ଓ ଶାହରୁଖ ଖାନ୍ ମୂଲ୍ୟବାନ ଅବଦାନ ରଖିଥିଲେ। ବୋଲିଂରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଓ କରନ ନିଜ କାର୍ଯ୍ୟ ଠିକ୍ରେ ତୁଲାଉଥିଲା ବେଳେ ତାଙ୍କ ସହ ଯୋଡ଼ି ହୋଇଛନ୍ତି ଦକ୍ଷିଣ ଆଫ୍ରିକାର କାଗିସୋ ରବାଦା ।