୪ ୱିକେଟ୍‌ରେ ହାରିଲା ସୁପର କିଙ୍ଗ୍‌ସ: ଜିତିଲା ପଂଜାବ କିଙ୍ଗ୍‌ସ,

ଚେନ୍ନାଇ ସୁପର କିଙ୍ଗ୍‌ସକୁ ପଂଜାବ କିଙ୍ଗ୍‌ସ ୬ ୱିକେଟ୍‌ରେ ପରାସ୍ତ କରିଛି। ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ପଂଜାବ ଟିମ୍‌ ୨୦୧ ରନ୍‌ର ବିଜୟ ଲକ୍ଷ୍ୟକୁ ୨୦ ଓଭରରେ ୬ଟି ୱିକେଟ୍‌ ହରାଇ ପୂରା କରିଛି। ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ୍‌ ହରାଇ ୨୦୦ ରନ୍‌ କରିଥିଲା ଚେନ୍ନାଇ।  ‌ପ୍ରାରମ୍ଭିକ ବ୍ୟାଟର ଡେୱାନ୍‌ କନୱେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ପଂଜାବର ସବୁ ବୋଲରଙ୍କୁ ହତାଶ କରିଥିଲେ। ସେ ତାଙ୍କର ଏହି ପାଳିରେ ୫୨ଟି ବଲ୍‌ ଖେଳିଥିଲେ। ୧୬ଟି ଚୌକା ଓ ଗୋଟିଏ ଛକା ବଳରେ ଅପରାଜିତ ୯୨ ରନ୍‌ କରିଥିଲେ।ଥମ ୱିକେଟ୍‌ରେ ୮୬ ରନ୍‌ ସଂଗ୍ରହ କରିଥିଲେ। ତେବେ ପଂଜାବର ପ୍ରଥମ ଶିକାର ହୋଇଥିଲେ ଋତୁରାଜ। ସେ ପାଭଲିଅନ୍‌ ଫେରିବା ପୂର୍ବରୁ ୩୧ଟି ବଲ୍‌ ସାମ୍ନା କରିଥିଲେ। ଏଥିରୁ ସେ ୪ଟି ଚୌକା ଓ ଗୋଟିଏ ଛକା ବଳରେ ବ୍ୟକ୍ତିଗତ ଭାବେ ୩୭ ରନ୍‌ ଯୋଡ଼ିଥିଲେ। କନ୍‌ୱେ ଦ୍ବିତୀୟ ୱିକେଟ୍‌ ପାଇଁ ଶିଭମ ଦୁବେ (୨୮ ରନ୍‌)ଙ୍କ ସହିତ ୪୪ ରନ୍‌ର ଭାଗିଦାରୀ ହୋଇଥିଲେ। ପଂଜାବ ପାଇଁ ପ୍ରଭଶିମରନ ସିଂହ ବ୍ୟକ୍ତିଗତ ଭାବେ ସର୍ବାଧିକ ୪୨ ରନ୍‌ ଯୋଡ଼ିଥିଲେ। ଲିଆମ ଲିଭିଂଷ୍ଟୋନ୍‌ ୪୦ ରନ୍‌, ସାମ କୁରାନ ୨୯ ରନ୍‌, ଅଧିନାୟକ ଶିଖର ଧାୱନ ୨୮ ରନ୍‌, ଯତୀଶ ଶର୍ମା ୨୧ ରନ୍‌, ଅଥର୍ବ ତାଇଡେ ୧୩ ରନ୍‌ ସଂଗ୍ରହ କରିଥିଲେ।