ଭୁବନେଶ୍ୱରରେ ପହଞ୍ଚିଲେ ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ
ଭୁବନେଶ୍ୱର : ଏସିଆନ ପାରା ଗେମରେ ତିନୋଟି ମେଡାଲ ଜିତିବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି ପାରା ବ୍ୟାଡ଼ମିଣ୍ଟନ ଖେଳାଳି ପ୍ରମୋଦ ଭଗତ । ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରମୋଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଏହି ପ୍ରତିଯୋଗିତାରେ ଗୋଟିଏ ସ୍ବର୍ଣ୍ଣ ସହ ଦୁଇଟି ବ୍ରୋଞ୍ଜ ମେଡାଲ ଜିତିଛନ୍ତି। ସେ ଖେଳିଥିବା ତିନୋଟି ଇଭେଣ୍ଟ ଅତ୍ୟନ୍ତ ସଂଘର୍ଷପୁର୍ଣ ଥିବା ବେଳେ ସେ ତିନୋଟିରେ ମେଡାଲ ଜିତିବାକୁ ସକ୍ଷମ ହୋଇଛନ୍ତି । ଆଗକୁ ପ୍ୟାରିସ ପାରା ଅଲମ୍ପିକ ସହ ଅନ୍ୟାନ୍ୟ ପ୍ରତିଯୋଗିତା ରହିଛି ସେଥିରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିବାକୁ ଆଶାବାଦୀ ଅଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଆର୍ଶୀବାଦ ନେବା ସହ ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇବି ବୋଲି କହିଛନ୍ତି ପ୍ରମୋଦ ଭଗତ।