ଆଜିଠୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍ : ପ୍ରଥମ ଦିନରେ ୩ଟି ମ୍ୟାଚ୍
ଆଜିଠୁ ଆରମ୍ଭ ହେଉଛି ଓ୍ବାର୍ମଅପ ମ୍ୟାଚ୍ । ପ୍ରଥମ ଦିନରେ ୩ଟି ମ୍ୟାଚ୍ । ଦିନିକିଆ କ୍ରିକେଟ ବିଶ୍ବକପ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଭାରତୀୟ ଦଳ ଦୁଇଟି ଓ୍ବାର୍ମ ଅପ୍ ମ୍ୟାଚ୍ ଖେଳିବ। ଶୁକ୍ରବାର ନ୍ୟୁଜିଲାଣ୍ଡ ସହିତ ଓ ଅକ୍ଟୋବର ୩ରେ ନେଦରଲ୍ୟାଣ୍ଡ ବିପକ୍ଷରେ ଖେଳିବ ଓ୍ବାର୍ମଅପ ମ୍ୟାଚ୍ । ଆସନ୍ତା ୫ତାରିଖରୁ ବିଶ୍ବକପର ଲିଗ୍ ମ୍ୟାଚ ଆରମ୍ଭ ହେବ । ପ୍ରଥମ ମ୍ୟାଚ୍ ନ୍ୟୁଜିଲାଣ୍ଡ ଓ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ମଧ୍ୟରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଅକ୍ଟୋବର ୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ବିଶ୍ବକପ ଅଭିଯାନ ଆରମ୍ଭ କରିବ ଭାରତ । ୧୧ ଅକ୍ଟୋବରରେ ଭାରତ ଆଫଗାନିସ୍ତାନକୁ ଭେଟିବାକୁ ଥିବାବେଳେ ୧୪ ଅକ୍ଟୋବରରେ ପାକିସ୍ତାନକୁ ଟକ୍କର ହେବ ।