ମ୍ୟାକେଞ୍ଜିଙ୍କ ୱିକେଟ ନେଲେ ମୁକେଶ

ପୋର୍ଟ ଅଫ୍ ସ୍ପେନ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳା ଯାଉଥିବା ବେଳେ ଘରୋଇ ଦଳ ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ପ୍ରଥମ ଇନିଂସରେ ୫ ୱିକେଟ୍ ହରାଇ ୨୨୯ ରନ୍ କରିଛି।ଗତକାଲି ୱେଷ୍ଟଇଣ୍ଡିଜ ୮୬/୧ରୁ ଖେଳ ଆରମ୍ଭ କରିଥିଲେ। ଯଥାକ୍ରମେ ୩୭ ଓ ୧୪ ରନ୍ କରି ଅପରାଜିତ ରହିଥିବା କ୍ରେଗ ବ୍ରାଥୱେଟ ଓ କିର୍କ ମ୍ୟାକେଞ୍ଜି ଇନିଂସକୁ ଆଗେଇ ନେଇଥିଲେ।ମ୍ୟାକେଞ୍ଜି ୩୨ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ଏହି ମ୍ୟାଚ୍‌ରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିବା ମୁକେଶ କୁମାର ତାଙ୍କ ୱିକେଟ୍ ନେଇଥିଲେ। ମୁକେଶଙ୍କ ବଲରେ ୱିକେଟ କିପର ଈଶାନ କିଶନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ ମ୍ୟାକେଞ୍ଜି।ଏହା ପରେ କ୍ରିଜ୍‌କୁ ଆସିଥିଲେ ଜର୍ମେନ ବ୍ଲାକଉଡ୍‌। ତାଙ୍କୁ ସାଥୀ କରି ଅଧିନାୟକ କ୍ରେଗ୍ ବ୍ରାଥୱେଟ ଏକ ବଡ଼ ସ୍କୋର ଲକ୍ଷ୍ୟରେ ଖେଳୁଥିଲେ। ତେବେ ସେ ୭୫ ରନ୍ କରିଥିବା ବେଳେ ତାଙ୍କ ବାଟ ଓଗାଳିଥିଲେ ରବିଚନ୍ଦ୍ରନ ଅଶ୍ୱିନ। ଅଶ୍ୱିନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ୨୩୫ଟି ବଲ୍‌ରୁ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ କ୍ରେଗ ବ୍ରାଥୱେଟ ୭୫ ରନ୍ କରିଥିଲେ।