ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ
ଧର୍ମଶାଳା: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ମ୍ୟାଚ୍ । ଭାରତ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରିଥିବାବେଳେ ଅଲଆଉଟ ହୋଇ ୨୭୩ ରନ ସଂଗ୍ରହ କରିବାରେ ସକ୍ଷମ ହୋଇଛି । ଭାରତ ଆଗରେ ୨୭୪ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମରୁ ଭାରତର ଓପନିଂ ବ୍ୟାଟସମ୍ୟାନ ଭଲ ଖେଳ ଆରମ୍ଭ କରିଛନ୍ତି । ରୋହିତ ଶର୍ମା ଅର୍ଧଶତକ ପୂର୍ବରୁ ଆଉଟ ହୋଇଛନ୍ତି । ଭାରତୀୟ ବୋଲର ମହମ୍ମଦ ସାମି ଆଜିର ମ୍ୟାଚରେ ୫ ଓ୍ବିକେଟ ଅକ୍ତିଆର କରିଛନ୍ତି । ଡେରିଲ ମିଚେଲ ନ୍ୟୁଜଲାଣ୍ଡ ପକ୍ଷରୁ ସର୍ବାଧିକ ସ୍କୋର କରିଛନ୍ତି । ସେ ୧୨୭ ବଲ ଖେଳି ୧୩୦ ରନ କରିଛନ୍ତି । ଏହାସହ ରଚିନ୍ ରିବନ୍ଦ୍ର ୮୭ଟି ବଲ ଖେଳି ୭୫ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ୨୩ ରନ କରିଥିଲେ । ଭାରତ ତରଫରୁ ମହମ୍ମଦ ସାମୀ ସର୍ବାଧିକ ୫ଟି ୱିକେଟ ହାସଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି କୁଲଦୀପ ଯାଦବ ୨ ୱିକେଟ, ଜଶପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ ହାସଲ କରିଛନ୍ତି ।