ସୁପର କିଙ୍ଗ୍‌ସ ଓ ସୁପର ଜାଏଣ୍ଟ୍‌ସ ମୁକାବିଲା

ଚେନ୍ନାଇ,: ଚାଲିଛି ମହାସମର । ଆଜି ଖେଳାଯିବ ଆଇପିଏଲ୍‌ର ଷଷ୍ଠ ଲିଗ୍‌ ମ୍ୟାଚ୍ । ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସ ମଧ୍ୟରେ ହେବ ମହା ଲଢେଇ । ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ସିଏସକେ ଘରୋଇ ଗ୍ରାଉଣ୍ଡ ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମରେ ସିଜନର ପ୍ରଥମ ମ୍ୟାଚ୍‌ ଜିତିବାକୁ ଅପେକ୍ଷା ରହିଛି । ୪ବର୍ଷ ପରେ ଘରୋଇ ସମର୍ଥକଙ୍କ ଗହଣରେ ଦଳ ବିଜୟଧାରାକୁ ଫେରିବା ନେଇ ପ୍ରୟାସ କରିବ ଦଳ । ଅନ୍ୟପଟେ ସୁପର ଜାଏଣ୍ଟ୍‌ସ କ୍ରମାନ୍ୱୟରେ ଦ୍ୱିତୀୟ ବିଜୟ ସହ ଶୀର୍ଷ ସ୍ଥାନ ଦଖଲ ଜୋରଦାର ପ୍ରସ୍ତୁତି କରିଛି ।
ଚେନ୍ନାଇ ସୁପର କିଙ୍ଗସ୍ ଚଳିତ ସିଜିନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଗୁଜରାଟ ଟାଇଟନ୍ସ ନିକଟରୁ ୫ ୱିକେଟରେ ପରାସ୍ତ ହୋଇଥିଲା ।