ନୋ ବଲ୍‌’ ପାଇଁ ଗଣ୍ଡଗୋଳ,ଜଣଙ୍କୁ ଛୁରୀ ଭୁସି ହତ୍ୟା କଲେ

କଟକ : କ୍ରିକେଟ ଖେଳକୁ ନେଇ ଅମ୍ପାୟାର ଦେଲେ ନୋବଲ । ତାପରେ ଅମ୍ପାୟାରଙ୍କୁ ହେଲା ଆକ୍ରମଣ । ଅଟକାଇବାକୁ ଯାଇଥିବା ଯୁବକଙ୍କୁ ଛୁରି ଭୁସି ହତ୍ୟା କଲେ ବୋଲିଂ ପକ୍ଷ ଖେଳାଳି ।  କଟକ ଚୌଦ୍ୱାର ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଛି। ମ୍ୟାଚ୍‌ ଚାଲିଥିଲା ବେଳେ ବୋଲରଙ୍କ ଏକ ବଲକୁ ଅମ୍ପାୟାର ଲକି ରାଉତ‘ନୋ ବଲ’ ଘୋଷଣା କରିବାରୁ ତାଙ୍କୁ ଆକ୍ରମଣ କରାଯାଇଥିଲା। ତେବେ ତାଙ୍କୁ ମାଡରୁ ଛଡାଇବାକୁ ଯାଇଥିବା ଯୁବକଙ୍କୁ  ଛୁରା ଓ ବ୍ୟାଟ୍‌ମାଡ଼ କରାଯିବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଚୌଦ୍ୱାର ମହିଷାନଣ୍ଡା ପଂଚାୟତର ଲକି ରାଉତ (୨୨)।