ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ ଫାଇନାଲ୍‌ରେ ଭାରତ – ଅଷ୍ଟ୍ରେଲିଆ ଫାଇନାଲ୍‌

ଶେଷରେ ଭାରତକୁ ଭାଗ୍ୟ ସାଥ ଦେଇଛି । ନ୍ୟୁଜିଲାଣ୍ଡଠାରୁ ଶ୍ରୀଲଙ୍କା ହାରିବା ପରେ ଭାରତକୁ ଫାଇଦା ମିଳିଛି । ଚତୁର୍ଥ ମ୍ୟାଚ୍‌କୁ ଅମୀମାଂସିତ ରଖିବା ପରେ ଭାରତ ଲଗାତାର ଚତୁର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଛି। କିନ୍ତୁ ଖ୍ରୀଷ୍ଟଚର୍ଚ୍ଚରେ ଚାଲିଥିବା ନ୍ୟୁଜିଲାଣ୍ଡ୍‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଶ୍ରୀଲଙ୍କାର ପରାଜୟ ଯୋଗୁଁ ରୋହିତ ଶର୍ମାଙ୍କ ନେତୃତ୍ବାଧିନ ଦଳ ଆଇସିସି ବିଶ୍ବ ଟେଷ୍ଟ୍‌ ଚାମ୍ପିଅନସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ଯୋଗ୍ୟତା ଅର୍ଜନ କରିଛି। ଦୀର୍ଘ ତିନି ବର୍ଷ ପରେ ଟେଷ୍ଟ୍‌ ଶତକ ଅର୍ଜନ କରିଥିବା ବିରାଟ କୋହଲିଙ୍କୁ ମ୍ୟାନ ଅଫ ଦ ମ୍ୟାଚ ପୁରସ୍କାର ଦିଆଯିବା ପରେ ମ୍ୟାନ ଅଫ ଦି ସିରିଜ  ଭାବେ ରବିଚନ୍ଦ୍ରନ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜାଙ୍କୁ ଯୁଗ୍ମ ଭାବେ ପୁରସ୍କୃତ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ୨-୧ରେ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ପରେ ପୁଣି ଥରେ ଜୁନ୍‌ରେ ହେବାକୁ ଥିବା ଡବ୍ଲୁଟିସି ଫାଇନାଲ୍‌ରେ ଏହି ଦୁଇ ଦଳ ମୁହାଁମୁହିଁ ହେବେ।