ମୁମ୍ବାଇକୁ 5 ରନରେ ହରାଇଲା ଲକ୍ଷ୍ନୈା

ଲକ୍ଷ୍ନୈା: ମୁମ୍ବାଇକୁ ୫ ରନରେ ହରାଇଲା ଲକ୍ଷ୍ନୈା  । ଆଇପିଏଲ ୨୦୨୩ର ୬୩ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ  ଆଗରେ ୧୭୮ ରନର ବିଜୟ ଲକ୍ଷ୍ୟ ରଖିଥିଲା ଲକ୍ଷ୍ନୌ ସୁପର ଜାୟାଣ୍ଟସ । ତେବେ ୨୦ ଓଭର ସୁଦ୍ଧା ମୁମ୍ବାଇ ୧୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଲକ୍ଷ୍ନୈା ୧୭୭ ରନ୍ କରିଥିଲା ।  ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ  ମାର୍କସ ଷ୍ଟୋଇନିସଙ୍କ ବିସ୍ଫୋରକ ଇନିଂସ ଜରିଆରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୧୭୭ ରନ କରିଥିଲା । ଷ୍ଟୋଇନିସ୍ ମାତ୍ର ୪୭ଟି ବଲରେ ୮ ଛକା ଓ ୪ ଚୌକା ସହ ଅପରାଜିତ ୮୯ରନ କରିଥିଲେ । ସେହିପରି କ୍ରୁନାଲ ପାଣ୍ଡ୍ୟା ୪୯ରନ କରିଥିଲେ । ୧୭୮ ରନ୍ ଟାର୍ଗେଟ ନେଇ ମୁମ୍ବାଇ ପ୍ରଥମରୁ ଭଲ ଷ୍ଟାର୍ଟ କରିଥିଲେ ମଧ୍ୟ ରୋହିତ ଆଉଟ ହେବା ପରେ ରନ ରେଟ ଧିମେଇ ଯାଇଥିଲା । ଜିତିବା ମ୍ୟାଚ୍ ହାରିଯାଇଥିଲା ମୁମ୍ବାଇ । କିଶାନ ୫୯ ରନ୍ କରିଥିବା ବେଳେ ରୋହିତ ୩୭ ରନ୍ କରିଥିଲେ । ଟିମ୍ ଡେଭିଡ ୩୨ ରନ୍ କରିଥିଲେ ।