ଭାରତ ୮ୱିକେଟ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି
ନସାଉ କାଉଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ରେ ଭାରତ ୮ୱିକେଟ୍ରେ ଆୟର୍ଲାଣ୍ଡକୁ ପରାସ୍ତ କରି ଖାତା ଖୋଲିଛି। ପ୍ରଥମେ ବୋଲରମାନେ ଆୟର୍ଲାଣ୍ଡକୁ ୯୬ ରନ୍ରେ ଅଲ୍ଆଉଟ୍ କରି ଦେଇଥିଲେ। ପରେ ରୋହିତ ଶର୍ମା (୫୨) ଓ ଋଷଭ ପନ୍ତ୍ (୩୬*) ଭାରତକୁ ୧୨.୨ ଓଭରରେ ଜିତାଇଥିଲେ। ଆହତ ଅବସର ହେବା ପୂର୍ବରୁ ରୋହିତ ଦ୍ରୁତ ଅର୍ଦ୍ଧଶତକ ହାସଲ କରି ନେଇଥିଲେ। ଭାରତ ପରବର୍ତ୍ତୀ ମ୍ୟାଚ୍ ୯ ତାରିଖରେ ପାକିସ୍ତାନ ସହିତ ଖେଳିବ। ବିଶ୍ବକପ୍ର ପ୍ରଥମ ମ୍ୟାଚ୍ରେ ଖୁବ୍ କମ୍ ରନ୍କୁ ହାସଲ କରିବା ପାଇଁ ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି ବ୍ୟାଟିଂ ଆରମ୍ଭ କରିବାକୁ ଆସିଥିଲେ। କିନ୍ତୁ କୋହଲିଙ୍କ ପ୍ରଥମ ପାଳି ଆରମ୍ଭ ଅଭିଜ୍ଞତା ନୈରାଶ୍ୟଜନ ରହିଥିଲା। ମାତ୍ର ୧ ରନ୍ରେ ସେ ଆଉଟ୍ ହେବାରୁ ରୋହିତ-ପନ୍ତ୍ ଦଳକୁ ବିଜୟ ପଥରେ ଆଗେଇ ନେଇଥିଲେ। ଉଭୟଙ୍କ ମଧ୍ୟରେ ଦ୍ବିତୀୟ ୱିକେଟ୍ରେ ୪୪ ବଲ୍ରୁ ୫୪* ରନ୍ ଆସିଥିଲା। କିନ୍ତୁ ଦଳ ବିଜୟଠୁ ଆଉ ୨୧ ରନ୍ ଦୂରରେ ଥିବା ବେଳେ ରୋହିତଙ୍କ କାନ୍ଧରେ ଯନ୍ତ୍ରଣା ହେବାରୁ ସେ ରିଟାୟର୍ଡ ହର୍ଟ (ଆହତ ଅବସର) ହୋଇଯାଇଥିଲେ। ଦେଢ଼ ବର୍ଷ ପରେ ଆନ୍ତର୍ଜାତିକ କ୍ରିକେଟ୍କୁ ଫେରିଥିବା ପନ୍ତ୍ କିନ୍ତୁ ଶେଷ ପର୍ଯ୍ୟନ୍ତ ଖେଳି ଭାରତକୁ ଜିତାଇଥିଲେ।