ଯୁବ ବ୍ୟାଟରଙ୍କ ଦମଦାର ବ୍ୟାଟିଂ : ବାଂଲାଦେଶ ସିରିଜ ହାରିଲା

ନୂଆଦିଲ୍ଲୀ: ଭାରତର ଦମଦାର ବିଜୟ ।   ବାଂଲାଦେଶ କୁ 84 ରନରେ ହରାଇଲା ଭାରତ ।  ଦ୍ୱିତୀୟ ଟି-20 ମ୍ୟାଚ୍ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟସ୍ ଜିତି ବାଂଲାଦେଶ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତର ମଧ୍ୟମକ୍ରମ ବ୍ୟଟସମ୍ୟାନମାନେ ବଡ଼ ବଡ଼ ହିଟ୍ ସଟ ମାରି ସ୍କୋର 200 ପାରକରିଥିଲେ । ଭାରତ 222 ରନର ଟାର୍ଗେଟ ଦେଇଥିବା ବେଳେ ବାଂଲାଦେଶ ଟିମ 9 ୱିକେଟରେ କେବଳ 135 ରନରେ ଅଟକି ଯାଇଛି। 86 ରନରେ ଦ୍ୱିତୀୟକୁ ଟି-20 ଜିତି ସୂର୍ଯ୍ୟ କୁମାର ଯାଦବଙ୍କ ଭାରତୀୟ ଟିମ ଗୋଟିଏ ମ୍ୟାଚ୍‌ ପୂର୍ବରୁ ସିରିଜ କବଜା କରିନେଇଛି।

ବ୍ୟାଟିଂ ଓ ବୋଲିଂରେ କମାଲ କରିଥିବା ନୀତୀଶ କୁମାର ରେଡ୍ଡୀ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। ସେ ବ୍ୟାଟିଂରେ ମାତ୍ର 34 ବଲରେ 74 ରନ କରିଥିବା ବେଳେ ବୋଲିଂରେ 4 ଓଭର ପକାଇ 23 ରନ ଦେବା ସହ 2ଟି ୱିକେଟ ନେଇଛନ୍ତି। ରିଙ୍କୁ ସିଂହ ମଧ୍ୟ 29 ବଲରେ 53 ଓ ହାର୍ଦ୍ଦିକ ପାଣ୍ଡ୍ୟା 19 ବଲରେ 32 ରନ କରିଥିଲେ। ଫଳରେ ଭାରତ 20 ଓଭରରେ 9 ୱିକେଟ ହରାଇ 221 ରନ କରିଥିଲା।

ସଞ୍ଜୁ ସାମସନ, ଅଭିଷେକ ଶର୍ମା ବଡ଼ ସ୍କୋର କରିନଥିଲେ ମଧ୍ୟ କିଛି ଭଲ ସଟ୍ ମାରିବା ପରେ ପାଭିଲିୟନ ଫେରିଥିଲେ। ଉଭୟ ଓପନିଂ ବ୍ୟାଟ୍ସମ୍ୟାନ୍ ଆଉଟ୍ ହେବା ପରେ ନୀତୀଶ ରେଡ୍ଡୀ କ୍ରିଜ୍‌କୁ ଆସିଥିଲେ।

222 ରନର ଟାର୍ଗେଟ ପିଛା କରୁଥିବା ବାଂଲାଦେଶ ଆରମ୍ଭରୁ ବାଟ ହୁଡ଼ିଥିଲା। ପରଭେଜ ହୁସେନ ଇମୋନ 16, ଲିଟନ ଦାସ 14, ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ 11 ଓ ତୋହିଦ ହ୍ରିଦୟ ମାତ୍ର 2 ରନ କରିବାକୁ ସକ୍ଷମ ହୋଇଥିଲେ। ମେହିଦ ହାସନ ମିରାଜ ଓ ଅଭିଜ୍ଞ ମହମ୍ମଦୁଲ୍ଲା କିଛି ସମୟ ପାଇଁ ଲଢ଼େଇ କରିଥିଲେ। କିନ୍ତୁ 16 ରନ କରିଥିବା ମିରାଜଙ୍କୁ ରିୟାନ ପରାଗ ଆଉଟ କରି ବାଂଲାଦେଶକୁ 80 ରନରେ ୫ମ ଝଟକା ଦେଇଥିଲେ।ଜାକିର ଅଲୀ 1, ରିସାଦ ହୁସେନ 9 ରନ କରି ଆଉଟ ହୋଇଥିଲେ ।  ମହମ୍ମଦୁଲ୍ଲା 41 ଓ ତାଞ୍ଜିମ ହାସନ ସାକିବ 8 ରନ କରିଥିଲେ।  ଏହି ବିଜୟ ଫଳରେ ସିିରିଜ ବିଜୟୀ ହୋଇଛି ଭାରତ ।