ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କଲା

ଭାରତ ଦୀର୍ଘ ୨୦ ବର୍ଷ ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ ଜିତିବାରେ ସଫଳ ହୋଇଛି। ୨୧ତମ ମ୍ୟାଚରେ ଭାରତ ୪ ୱିକେଟରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି। ଏଥି ସହିତ ଭାରତ ୨୦୧୯ ବିଶ୍ବକପ ସେମିଫାଇନାଲ ପରାଜୟର ପ୍ରତିଶୋଧ ନେଇଛି। ଭାରତ ​‌େ​‌ଶଷ ଥର ପାଇଁ ୨୦୦୩ ବିଶ୍ବକପରେ ନ୍ୟୁଜିଲାଣ୍ଡକୁ ହରାଇବାରେ ସଫଳ ହୋଇଥିଲା। ସେଞ୍ଚୁରିଆନରେ ଖେଳାଯାଇଥିବା ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା। ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଏହା ୪ର୍ଥ ବିଜୟ। ଧର୍ମଶାଳାର ଏଚ୍‌ପିସିଏ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ମୁକାବିଲାରେ ଭାରତ ୪ ୱିକେଟ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ୨୦୧୯ ସେମିଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି। ଏଥିସହିତ ଭାରତ ମଧ୍ୟ ଦୀର୍ଘ ୨୦ ବ‌ର୍ଷ ପରେ ନ୍ୟୁଜିଳାଣ୍ଡ୍‌ ବିପକ୍ଷରେ ଏକ ବିଶ୍ବକପ୍‌ ମ୍ୟାଚ୍‌ ଜିତି ପରାଜୟ ଧାରାକୁ ଭାଙ୍ଗିବାରେ ସକ୍ଷମ ହୋଇଛି। ଶେଷ ଥର ପାଇଁ ଭାରତ ୨୦୦୩ ବିଶ୍ବକପ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଥିଲା। ପ୍ରତ୍ୟାବର୍ତ୍ତନରେ ମହମ୍ମଦ ସାମିଙ୍କ ୫ ୱିକେଟ୍ ସଫଳତା ପରେ ବିରାଟ କୋହଲିଙ୍କ ଲଢ଼ୁଆ ୯୫ ରନ୍‌ ଭାରତର ବିଜୟକୁ ସୁଗମ କରିଥିଲା। ଦୁଇ ଓଭର ପୂର୍ବରୁ ଭାରତ ୬ ୱିକେଟ୍ ହରାଇ ୨୭୪ ରନ୍ ସଂଗ୍ରହ କରି‌ ନେଇଥିଲା। ବିଶ୍ବକପ୍‌ ମଞ୍ଚକୁ ଫେରିବାର ପ୍ରଥମ ମ୍ୟାଚ୍‌ରେ ମହମ୍ମଦ ସାମି ୫ ୱିକେଟ୍ ଦଖଲ କରିଥିବାରୁ ତାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି। ଭାରତ ଏହାର ପରବର୍ତ୍ତୀ ମ୍ୟାଚ୍‌ ଅକ୍ଟୋବର ୨୯ରେ ଇଂଲଣ୍ଡ ସହ ଲକ୍ଷ୍ନୌରେ ଖେଳିବ। ୨୭୪ ରନ୍‌କୁ ପିଛା କରିଥିବା ଭାରତ ପାଇଁ ରୋହିତ ଶର୍ମା ଏବଂ ଶୁବମନ ଗିଲ୍ ୧୧ ଓଭରରେ ୭୧ ରନ୍‌ କରି ଦୃଢ଼ ମୂଳଦୁଆ ପକାଇଥିଲେ।