ଭାରତ ବନାମ ଦକ୍ଷିଣ ଆଫ୍ରିକା: ଆଜି ନିର୍ଣ୍ଣାୟକ ମ୍ୟାଚ୍

ପର୍ଲ: ଭାରତ-ଦକ୍ଷିଣ ଆଫ୍ରିକା ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳାରେ ଆଜି ଶେଷ ମ୍ୟାଚ୍ ।  ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ୍‌ ପର୍ଲରେ ଖେଳାଯିବାକୁ ଥିବାରୁ ଆଜି କିଏ ଜିତିବ ତାକୁ ଅପେକ୍ଷା। ତେ‌ଣୁ ଉଭୟ ଦଳ  ମ୍ୟାଚ୍‌ ଜିତି ଶୃଙ୍ଖଳା କରାୟତ୍ତ କରିବାକୁ ଚାହିବେ। ଦକ୍ଷିଣ ଆଫ୍ରିକାରେ ଭାରତ ଶେଷ ଥର ଲାଗି ୨୦୧୮ରେ ଦିନିକିଆ ଶୃଙ୍ଖଳା ଜିତିଥିଲା। ୫ ବର୍ଷ ପରେ ପୁଣି ଥରେ ଏଠାରେ ଟ୍ରଫି ଜିତିବା ଲାଗି ଭାରତ ଦୁଇ ଓପନର୍‌ ଋତୁରାଜ ଗାଏକ୍ବାଡ ଓ ବି ସାଇ ସୁଦର୍ଶନଙ୍କଠୁ ଭଲ ଆରମ୍ଭ ଆଶା ରଖିଛି। ସୁଦର୍ଶନ (୫୫, ୬୨ ରନ୍‌) ପ୍ରଥମ ଦୁଇ ମ୍ୟାଚ୍‌ରେ ଭଲ କରିଥିଲା ବେଳେ ଗାଏକ୍ବାଡ ଭଲ ସହଯୋଗ ଦେଇପାରିନାହାନ୍ତି। ଏହି ଯୋଡ଼ି ମାତ୍ର ୨୩, ୪ କରିଛନ୍ତି।